ଦଶରଥପୁର: ନଦୀବନ୍ଧ ସୁଦୃଢ଼ୀକରଣ ନାଁରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର କରୁଥିବା ବେଳେ ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନିମ୍ନମାନର କାମ ଅଭିଯୋଗ ହେଉଛି। ଏଭଳି ଉଦାହରଣ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ। ଏହି ଅର୍ଥ ବାଟ ମରଣା ହେଉଥିବା ନଜର ଆସିଛି, ବୈତରଣୀ ନଦୀ ବନ୍ଧ ବାରମ୍ବାର ଭାଙ୍ଗିବା ଏବଂ ଧସିବା ଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି।
ଚଳିତ ବର୍ଷ ଜଳସମ୍ପଦ ବିଭାଗ ପକ୍ଷରୁ ବନ୍ଧ ମରାମତି ପାଇଁ ୨୬ କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ ବନ୍ଧ ବିଭିନ୍ନ ସ୍ଥାନରେ ବାରମ୍ବାର ଧସି ଚାଲିଛି। ଏହି ନଦୀବନ୍ଦ ସୁଦୃଢ଼ୀକରଣ କରିବା ପାଈଁ ବାରମ୍ବାର କାର୍ଯ୍ୟ ତାରରାଖ କରିବା ସହ ସୋସିଆଲ ମିଡ଼ିଆରେ ଫୋଟୋ ଛାଡି ନିଜର ପ୍ରଚାର ପ୍ରସାର କରୁଥିବା ବେଳେ, ଆଜି ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୈତରଣୀ ନଦୀ ବନ୍ଧ। ଦଶରଥପୁର ବ୍ଲକ ଦୁଦୁରାନ୍ତା ପଞ୍ଚାୟତ କୁଅଁରସାହି ଠାରେ ଦୁଇ ସହ ଫୁଟର ବୈତରଣୀ ନଦୀବନ୍ଧ ତଳକୁ ଧସିଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ନଈ କୁଳିଆ ଅଞ୍ଚଳବାସୀଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି।
ମାସକ ପୂର୍ବରୁ ଦତ୍ତପୁର ଏବଂ କୁଅଁରସାହି ଠାରେ ବନ୍ଧ ଫାଟି ଆଁ କରିଥିବାବେଳେ କମାରଢିଅ ପଂଚାୟତ ବଳରାମପୁର ଠାରେ ୨ ଶହ ଫୁଟ ବନ୍ଧ ଧସିଯାଇଥିଲା। ସୂଚନା ଥାଉକି କୋଟି କୋଟି ତାଙ୍କର ରାଜସ୍ବ ଖର୍ଚ୍ଚ ହେଉଥିବା ବେଳେ ଦଶରଥପୁର ବ୍ଲକ ଅଂଚଳରେ ବାରମ୍ବାର ବୈତରଣୀ ଏବଂ କାଣୀ ନଦୀ ବାରମ୍ବାର ଘାଇ ହେବା ସହ ଧସିଯାଉଛି। ଠିକଦାରଙ୍କ ନିମ୍ନମାନର କାର୍ଯ୍ୟ ଓ ଜଳସମ୍ପଦ ଅଧିକାରୀମାନଙ୍କର ଲାଭଖୋର ମନବୃତି ପାଇଁ ଏଭଳି ହେଉଥିବା ଅଭିଯୋଗ ହୋଇଛି। ଏଣୁ ନଈକୂଳିଆ ଅଞ୍ଚଳବାସୀଙ୍କ ଧନ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/Presentation3-1.jpg)