ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବଜାଶାଲ ଓ ଘୁମୁରାରେ ବୁଧବାର ଦୁବାଇର ପୁଞ୍ଜିନିବେଶ ସମ୍ମିଳନୀର ମଞ୍ଚ ଦୁଲୁକି ଉଠିଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ନେତୃତ୍ବରେ ବଜାଶାଲ ଓ ଘୁମୁରା ସାଂସ୍କୃତିକ ଦଳର ଏକ ୧୩ ଜଣିଆ ଦଳ ଦୁବାଇ ସ୍ଥିତ ଓବେରାଇ ବିଜନେସ ବେ’ ଠାରେ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି।
/sambad/media/post_attachments/wp-content/uploads/2022/06/2-26.jpg)
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ଦୁବାଇରେ କଳାହାଣ୍ଡିର ବଜାଶାଲ ଓ ଘୁମୁରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ପରେ କଳାହାଣ୍ଡିବାସୀ ଖୁସି ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉଭୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଓ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୧୩ ଜଣ କଳାକାର ସାମିଲ ହୋଇଥିଲେ। ରାଜ୍ୟସଭା ସାଂସଦ ସୁଜିତ କୁମାରରଙ୍କ ଉଦ୍ୟମକ୍ରମେ ଏହି ସାଂସ୍କୃତିକ ଦଳ ଦୁବାଇରେ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/1-37.jpg)