ନୂଆଦିଲ୍ଲୀ ରାଜପଥ ଦୁଲ୍‌କାଇଲେ ବଜାଶାଲ ଦଳ

ଚାଷୀ ଆନ୍ଦୋଳନରେ ୫ ଘଣ୍ଟା ଫସି ରହିଲେ

ଭବାନୀପାଟଣା : ସାଧାରଣତନ୍ତ୍ର ଦିବସ ଉତ୍ସବରେ ନୂଆଦିଲ୍ଲୀସ୍ଥିତ ରାଜପଥରେ କଳାହାଣ୍ଡିର ବଜାଶାଲ ନୃତ୍ୟ ଦଳ କମାଲ ଦେଖାଇଥିଲେ। ରଂଗାରଂଗ ନୃତ୍ୟରେ ଦେଶବାସୀଙ୍କୁ ବିମୋହିତ କରିଥିଲେ। କିନ୍ତୁ ଫେରିଲା ବେଳେ ଚାଷୀ ଆନ୍ଦୋଳନର ଟ୍ରାକ୍ଟର ଶୋଭାଯାତ୍ରା ଭିତରେ ଫସି ଯାଇଥିଲେ। ଦୀର୍ଘ ୫ ଘଣ୍ଟା ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଭବାନୀପାଟଣା ସହରର ପ୍ରତିଭା ଅନୁଷ୍ଠାନର ୮୦ ଜଣିଆ ବଜାଶାଲ ଦଳ ଚଳିତ ବର୍ଷ ପୂର୍ବାଞ୍ଚଳର ଏକମାତ୍ର ସାଂସ୍କୃତିକ ଦଳ ଭାବେ ନୂଆଦିଲ୍ଲୀର ରାଜପଥରେ ସାଧାରଣତନ୍ତ୍ର ଦିବସର ଜାତୀୟ ପରେଡ୍‌ ସମାରୋହରେ ଯୋଗ ଦେଇଥିଲେ। ଢୋଲ ନିଶାନ ଓ ମହୁରୀର ତାଳେ ତାଳେ ରାଜପଥକୁ ଦୁଲକାଇ ଥିଲେ କଳାକାରମାନେ। ତେବେ ସେମାନେ ଫେରୁଥିବା ବେଳେ ଚାଷୀ ଆନ୍ଦୋଳନର ଟ୍ରାକ୍ଟର ଶୋଭାଯାତ୍ରା ହଠାତ୍‌ ମାଡ଼ି ଆସିଥିଲା। ଫଳରେ ବଜାଶାଲ ଦଳ ସହ ଅନ୍ୟ ରାଜ୍ୟରୁ ଆସିଥିବା ସାଂସ୍କୃତିକ ଦଳ ୫ ଘଣ୍ଟା ଧରି ଭିଡ଼ ଭିତରେ ଫସି ଯାଇଥିଲେ। ପରେ ଦିଲ୍ଲୀ ପୁଲିସ ପକ୍ଷରୁ ଏହି ସାଂସ୍କୃତିକ ଦଳଗୁଡ଼ିଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଞ୍ଚା ଯାଇଥିଲା।

ସମ୍ବନ୍ଧିତ ଖବର