ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ଆରୁହା, ବିଛାଖଣ୍ଡି ପାହାଡ଼ ଭଳି ବାଜବାଟି ପାହାଡ଼କୁ ମଧ୍ୟ ମାଫିଆମାନେ ନିଜ କବ୍ଜାକୁ ନେଇଯାଇଛନ୍ତି। ପାହାଡ଼ର ପାଦଦେଶକୁ ବେଆଇନ ଭାବେ ତାଡ଼ିବା ସହିତ ନିୟମିତ ଭାବେ ଦୈନିକ ୧୫ହଜାର ଟନ୍ କଳାପଥର ଚୋରାଚାଲାଣ ଚାଲିଛି। ସୂଚନା ଅନୁସାରେ, ବାଜବାଟି କ୍ଲଷ୍ଟରରେ ୬ଟି ସୈରାତରୁ ୨ ଓ ୬ ନମ୍ବର ଖାଦାନ ଲିଜ୍ ଦିଆଯାଇଛି। ଅବଶିଷ୍ଟ ୪ଟି ସୈରାତ ଲିଜ୍ ଦିଆଯାଇନାହିଁ। ଲିଜ୍ ଖାଦାନରୁ ବର୍ଷକୁ ମାତ୍ର ୨୦ ହଜାର ଘନମିଟର ପଥର ଖନନ ପାଇଁ ଅନୁମତି ଥିବାବେଳେ ପାହାଡ଼ ପାର୍ଶ୍ବରେ ଥିବା ୧୦ଟି ବଡ଼ କ୍ରସରରେ ପ୍ରାୟ ୪୦ ହଜାର ଘନମିଟର ପଥର ଏବେ ଗଚ୍ଛିତ ରହିଛି। ସେହିପରି ମୁରାରୀପୁର ନିକଟରେ ବୋଲ୍ଡର୍ ଓ ମେଟାଲ ଗଦା ହୋଇଛି। ଫଳରେ, ଲିଜ୍ ହୋଇନଥିବା ସୈରାତ୍ରୁ ବେଆଇନ ଭାବେ ପଥର ଖୋଳା ଯାଉଥିବା ଏଥିରୁ ସ୍ପଷ୍ଟ ହୋଇଛି। ଆହୁରି ମଧ୍ୟ ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥରେ ବାଜବାଟି ପାହାଡ଼ର କଳାପଥର ବ୍ୟବହାର କରିବାକୁ ଠିକାସଂସ୍ଥାର କର୍ମକର୍ତ୍ତା ଆସିଥିଲେ। ଫଳରେ, ଏହାର ସିଧାସଳଖ ପ୍ରଭାବ ପାହାଡ଼ ଉପରେ ପଡ଼ିଛି ଏବଂ ପାହାଡ଼କୁ ମାଫିଆମାନେ କବ୍ଜା କରିନେଇଥିବା ଏହିସବୁ ଘଟଣାରୁ ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଖଣି ବିଭାଗର କେତେକ ଅଧିକାରୀଙ୍କର ଖଣି ମାଫିଆଙ୍କ ସହ ବେଶ୍ ମଧୁର ସମ୍ପର୍କ ଗଢ଼ିଉଠିଛି। ଯାହାଫଳରେ ଦିନରାତି ପାହାଡ଼ଗୁଡ଼ିକରେ ବିସ୍ଫୋରଣ ସହିତ ହଜାରହଜାର ଟନ୍ କଳାପଥର ଚୋରାଚାଲାଣ ଚାଲିଛି। ଯାହାକୁ ନେଇ ଆଗାମୀ ସାଧାରଣ ନିର୍ବାଚନରେ ସଂପୃକ୍ତ ଅଞ୍ଚଳରେ ଆଇନଶୃଙ୍ଖଳା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିପ୍ରତି ସରକାରୀ କଳ ଓ ନିର୍ବାଚନ ଅଧିକାରୀ ଧ୍ୟାନ ଦେବାକୁ ଦାବିହେଉଛି।
ମାଫିଆଙ୍କ କବ୍ଜାରେ ବାଜବାଟି ପାହାଡ଼: ପାହାଡ଼ ପାଦଦେଶ ବେଆଇନ ତଡ଼ା ଚାଲିଛି
ଦୈନିକ ୧୫ ହଜାର ଟନ୍ କଳାପଥର ଚୋରାଚାଲାଣ
/sambad/media/post_attachments/wp-content/uploads/2024/04/sfhsfhfshfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)