ବଜ୍ରକାପ୍ତା ଚୋରାଚାଲାଣ ରାକେଟ୍‌ ଠାବ, ୬ ଅଟକ

ନାକଟିଦେଉଳ : ବଜ୍ରକାପ୍ତା ଚୋରା ଚାଲାଣ କରୁଥିବା ଏକ ରାକେଟ୍‌କୁ ଠାବ କରିବାରେ ବନ ବିଭାଗ ସକ୍ଷମ ହୋଇଛି। ସମ୍ବଲପୁର ଜିଲ୍ଲା ନାକ୍‌ଟିଦେଉଳ ଅଞ୍ଚଳର ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ନିକଟରେ ଆଠଗଡ଼ରେ ଧରାପଡ଼ିଥିବା ବଜ୍ରକାପ୍ତା ସମ୍ବଲପୁର ଜିଲ୍ଲା ନାକ୍‌ଟିଦେଉଳ ବ୍ଲକ୍‌ ଗିରୀଶ୍ଚନ୍ଦ୍ରପୁର ବନାଞ୍ଚଳରୁ ଚାଲାଣ ହୋଇଥିବା ଜଣାପଡ଼ିଥିଲା। ଫଳରେ ବଜ୍ରକାପ୍ତା ଚାଲାଣ କରୁଥିବା ରାକେଟ୍‌କୁ ଧରିବାକୁ ବନ ବିଭାଗ ପକ୍ଷରୁ ତନାଘନା ଜାରି ରହିଥିଲା। ରବିବାର ଓ ସୋମବାର ୨ ଦିନ ଧରି ପୃଥକ୍ ପୃଥକ୍ ସ୍ଥାନରେ ଚଢ଼ଉ କରାଯାଇ କିଛି ବଜ୍ରକାପ୍ତା କାତିକୁ ଜବତ କରିବା ସହ ଏଥିରେ ସଂପୃକ୍ତ ସନ୍ଦେହରେ ୬ ଜଣଙ୍କୁ ଅଟକ ରଖିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏଥିରେ ଏହି ଅଞ୍ଚଳର ଜଣେ ପୂର୍ବତନ ସରପଞ୍ଚ ଥିବା ଚର୍ଚ୍ଚା ହେଉଛି। ଏନେଇ ଡିଏଫ୍ଓ ସଂଗ୍ରାମ୍ କେଶରୀ ବେହେରାଙ୍କୁ ମୋବାଇଲ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ବି ସମ୍ଭବ ହୋଇ ନଥିଲା।

ସମ୍ବନ୍ଧିତ ଖବର