ଭୁବନେଶ୍ବର : ବଜ୍ରକାପ୍ତା ଚୋରାଚାଲାଣ ଘଟଣାରେ ଆଜି ଅଲ୍ଲୀକୁ ରିମାଣ୍ଡରେ ଆଣି ପୁଣି ଜେରା କରିଛନ୍ତି ଆଠଗଡ଼ ଡିଏଫ୍ଓ। କେଉଁ ଭଳି ଭାବେ ସେ ବଜ୍ରକାପ୍ତା ଚୋରା ଚାଲାଣ କରେ, ସେ ନେଇ ତଥ୍ୟ ଓଗାଳିଛି। ଏହାସହିତ ଆଉ ଜଣେ ସହଯୋଗୀଙ୍କ ନାମ କହିଛି, ଯିଏ କି ଦଲାଲ ଭାବେ କାର୍ଯ୍ୟ କରେ। ତଦନ୍ତ ବ୍ୟାହତ ହେବା ଆଳରେ ଡିଏଫ୍ଓ ସସ୍ମିତା ଲେଙ୍କା ଏ ସଂକ୍ରାନ୍ତରେ କୌଣସି ତଥ୍ୟ ଦେବାକୁ ମନା କରିଦେଇଛନ୍ତି। ହେଲେ ଅଲ୍ଲୀ ଜେରା ପରେ କିନ୍ତୁ ତଦନ୍ତର ମୋଡ଼ ବଦଳିବ ବୋଲି ସୂଚନା ମିଳୁଛି। ଉଲ୍ଲେଖଯୋଗ୍ୟ, ଏହି ଘଟଣାରେ ବନ ବିଭାଗ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଲେଖିଛି। ହେଲେ ଏଯାଏ ମାମଲାରେ କ୍ରାଇମବ୍ରା଼ଞ୍ଚ ତାହାର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ।