ବଲାଙ୍ଗୀର: ବଲାଙ୍ଗୀର ଓ ବରଗଡ଼ ଜିଲ୍ଲା ମଝିରେ ଅବସ୍ଥିତ ଗନ୍ଧମାର୍ଦ୍ଦନ ପର୍ବତ ୧୮,୯୬୩ ହେକ୍ଟର ଅଞ୍ଚଳକୁ ବ୍ୟାପିଛି। ବଲାଙ୍ଗୀର ଜିଲ୍ଲା ଭାଗରେ ଏହି ପର୍ବତମାଳାର ପରିସୀମା ୬,୫୩୨ ହେକ୍ଟର। ପୂର୍ବରୁ ହୋଇଥିବା ସର୍ଭେରେ ୫ଶହରୁ ଅଧିକ ବନ୍ୟପ୍ରାଣୀ ଠାବ ହୋଇଥିଲେ। କିନ୍ତୁ ଅବାଧ ଶିକାର ଫଳରେ ଅଧିକାଂଶ ଜୀବ ବିଲୁପ୍ତ ହେବାରେ ଲାଗିଛନ୍ତି।
ଏକଦା ଏଠାରେ ବହୁସଂଖ୍ୟାରେ ବଜ୍ରକାପ୍ତା ଦେଖିବାକୁ ମିଳୁଥିଲେ। ୧୯୯୦ ମସିହାର ରିପୋର୍ଟ ମୁତାବକ ଗନ୍ଧମାର୍ଦ୍ଦନରେ ଗୋଟିଏ ହେକ୍ଟରରେ ହାରାହାରି ୧୦ ରୁ ୧୨ଟି ବଜ୍ରକାପ୍ତା ରହୁଥିଲେ। କିନ୍ତୁ ଏବେ ବଜ୍ରକାପ୍ତା ବିଲୁପ୍ତ ପ୍ରଜାତିରେ ଗଣାଯାଉଛି। ବଜ୍ରକାପ୍ତା କାଁଭାଁ ଦିଶୁଥିବା ସ୍ଥାନୀୟ ଅଧିବାସୀ କହୁଛନ୍ତି। ଗନ୍ଧମାର୍ଦ୍ଦନରେ ବଜ୍ରକାପ୍ତା ଲୋପ ପାଇବାର ଦୁଇଟି କାରଣ ଦର୍ଶାଯାଉଛି। ତାହା ହେଲା ବନାଗ୍ନି ଓ ଶିକାରୀ। ପ୍ରତିବର୍ଷ ଗନ୍ଧମାର୍ଦ୍ଦନରେ ନିଆଁ ଲାଗି ହଜାର ହଜାର ହେକ୍ଟର ଜଙ୍ଗଲ ପୋଡ଼ିଯାଉଛି। ଏହି ବନାଗ୍ନି ସେମାନଙ୍କ ଜୀବନ ନେଉଛି। ଏହାସହ ନିଆଁ ଲାଗିଲେ ପାହାଡ଼ର ପାଦଦେଶରେ ଥିବା ଗାଁଗୁଡ଼ିକୁ ବଜ୍ରକାପ୍ତା ପଳାଇ ଆସି ଶିକାରୀଙ୍କ ହାବୁଡ଼ରେ ପଡ଼ୁଛନ୍ତି।
ଜୈବ ବିବିଧତାରେ ସମୃଦ୍ଧ ଥିବା ଏହି ପର୍ବତ ଏବେ ଛତିଶଗଡ଼ ଓ ଆନ୍ଧ୍ର ମାଫିଆଙ୍କ କବ୍ଜାରେ। ସ୍ଥାନୀୟ ଶିକାରୀଙ୍କ ସହ ଏମାନେ ହାତ ମିଳାଇଛନ୍ତି। ଯଦ୍ବାରା ବର୍ଷତମାମ ଲୁଚାଛପା ଜନ୍ତୁ ଶିକାର ଏବ˚ ବନଜାତ ଦ୍ରବ୍ୟ ଚାଲାଣ ଜାରି ରହିଛି। ବର୍ଷା ହେଲେ ଏଠାକାର ଅଧିକା˚ଶ ଅ˚ଚଳ ଦୁର୍ଗମ ପାଲଟିଯାଏ। ଯାହାର ସୁଯୋଗ ନେଇ ମାଫିଆମାନେ ସକ୍ରିୟ ହୋଇଥାନ୍ତି। ବିଶେଷ କରି ଜୁଲାଇରୁ ସେପ୍ଟେମ୍ବର ମାସ ମଧୢରେ ଏଠାରେ ବନ୍ୟପ୍ରାଣୀ ଶିକାର ବଢ଼ୁଛି। ଗନ୍ଧମାର୍ଦ୍ଦନରେ ମାଓ ଗତିବିଧି ଥିବାରୁ ଏଠାରେ ବନ ବିଭାଗ ପାଟ୍ରୋଲିଂ କରିବାକୁ ଭୟ କରୁଛି। ଯାହାର ଫାଇଦା ନେଇ ଏଠାରେ ବଜ୍ରକାପ୍ତା ଓ ଅନ୍ୟ ଜୀବଜନ୍ତୁଙ୍କ ଶିକାର ଚାଲିଛି।