ଔପଦା ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର

ଔପଦା : ବାଲେଶ୍ବର ଔପଦା ବନ ବିଭାଗ ଏକ ବଜ୍ରକାପ୍ତା ଉଦ୍ଧାର କରିଛି। ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତର ଦାରିପୋଖରୀ ଗ୍ରାମର କିଛି ଯୁବକ କେନାଲ ପାଖରେ ବଜ୍ରକାପ୍ତାଟିକୁ ଦେଖିଥିଲେ। ସେହି ଗ୍ରାମର ପ୍ରଦୀପ କୁମାର ରାଉତ ଏହାକୁ ଉଦ୍ଧାର କରି ଦନ୍ତୋର ବିଟ୍ ହାଉସ ଜିମା ଦେଇଥିଲେ। ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ବବିତା ସୋରେନ ଓ ଏସସିଏଫ୍ ବଜ୍ରକାପ୍ତାଟି କେମିତି ଜଙ୍ଗଲରୁ ଜନବସତିକୁ ଆସିଲା ତାର ତଦନ୍ତ କରୁଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା ପରେ ଏହାକୁ ସୁରକ୍ଷିତ ସ୍ଥାନରେ ଛଡ଼ାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର