ଭୁବନେଶ୍ୱର/ନୂଆପଡ଼ା : ନୂଆପଡ଼ା ଜିଲ୍ଲାରୁ ବଜ୍ରକାପ୍ତା କାତି ଚୋରାଚାଲାଣ ପାଇଁ ଯୋଜନା ବେଳେ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ଚଢ଼ଉ କରି ଜଣେ ଶିକାରୀକୁ ଗିରଫ କରିଛି। ସେ ହେଲା ନୂଆପଡ଼ା ଜିଲ୍ଲା ଗୁର୍ଜିଭଟା ଅଞ୍ଚଳର ବିକାରାମ ମାଝୀ। ତାଠାରୁ ସାଢ଼େ ୫କେଜି ଓଜନର ବଜ୍ରକାପ୍ତା କାତି ଜବତ କରାଯାଇଛି। ଯାହାର ମୂଲ୍ୟ ୬ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।
/sambad/media/post_attachments/wp-content/uploads/2022/05/nuapada2-300x159.jpg)
ସୂଚନା ମୁତାବକ, ବିକାରାମ ସ୍ଥାନୀୟ ଅଞ୍ଚଳ ଜଙ୍ଗଲରୁ ଅବାଧରେ ଜଙ୍ଗଲୀଜନ୍ତୁ ଶିକାର କରି ମାଫିଆଙ୍କୁ କାତି, ଦାନ୍ତ, ନଖ, ଚମଡ଼ା ଆଦି ଯୋଗାଉଥିବା ଏସ୍ଟିଏଫ୍ ହାତରେ ଖବର ଲାଗିଥିଲା। ଗତ ୨୪ତାରିଖ ଦିନ ଜଣେ ମାଫିଆଙ୍କୁ କାତି ବିକ୍ରି ପାଇଁ ଡିଲ୍ ହୋଇଥିବା ଏସ୍ଟିଏଫ୍ ଜାଣିବାକୁ ପାଇଥିଲା। ଅପରାହ୍ନ ସମୟରେ ସେ କାତି ଧରି ନୂଆପଡ଼ା-ପଦମପୁର ରୋଡ୍ ନିକଟ ସହିପଲ୍ଲା ଅଞ୍ଚଳରେ ଆସୁଥିବା ବେଳେ ଏସ୍ଟିଏଫ୍ ଟିମ୍ ଗ୍ରାହକ ବେଶରେ ତା’ ନିକଟରେ ପହଞ୍ଚି କାତି ସମ୍ପର୍କରେ ପଚରା ଉଚରା କରିଥିଲେ। ଏକ ନିଛାଟିଆ ସ୍ଥାନରୁ କାତି ବାହାର କରିବା ବେଳେ ଏସ୍ଟିଏଫ୍ ତାକୁ କାବୁ କରିଥିଲା। ଏହି ସମୟରେ ତା’ ନିକଟକୁ ଆସୁଥିବା ଅନ୍ୟ ତିନି ସହଯୋଗୀ ଫେରାର୍ ହୋଇଯାଇଥିଲେ। ଏସ୍ଟିଏଫ୍ ତା’ଠାରୁ ପାଖାପାଖି ସାଢ଼େ ୫ ଜେଜି କାତି ଜବତ କରିଥିଲା। ଏସ୍ଟିଏଫ୍ ତାକୁ ଗିରଫ କରି ଖରିଆର୍ ଫରେଷ୍ଟ ଡିଭିଜନ୍ ଅଧୀନ ଖରିଆର୍ ବନ୍ୟ ଅଧିକାରୀଙ୍କୁ ଜିମା ଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/nuapada.jpg)