ବିନିକା: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡ଼କାର୍ଲେ ଗାଁରେ ଏକ ବିଲୁପ୍ତପ୍ରାୟ ବଜ୍ରକାପ୍ତା ଉଦ୍ଧାର ହୋଇଥିବାର ଖବର ମିଳିଛି। ଏହା କେଉଁଠାରୁ ଆସିଲା ତାକୁ ନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଡୁଙ୍ଗୁରୀପାଲି ବ୍ଲକ ବଡ଼କର୍ଲେ ଗାଁରେ ଗ୍ରାମବାସୀ ଏକ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ। ବଜ୍ରକାପ୍ତାଟି ପ୍ରାୟ ୨ ଫୁଟ ଲମ୍ବର ହୋଇଥିବା ଦେଖିବାକୁ ମିଳିଥିଲା । ଗାଁ ମଝିରେ ଏହି ବଜ୍ରକାପ୍ତାକୁ ଦେଖି ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ଏହା ନିକଟସ୍ଥ ଚୁଡାଖାଇ କିମ୍ବା ପୁଜା ଡୁଙ୍ଗୁରି ଜଙ୍ଗଲରୁ ଆସିଥିବା ସନ୍ଦେହ କରାଯାଉଛି।
ଆଜି ସକାଳୁ ସ୍ଥାନୀୟ ଲୋକେ ରାମପୁର ପୁଲିସ ଓ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଘଟଣା ସ୍ଥଳକୁ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି ।
ଏଭଳି ବିରଳ ବଜ୍ରକାପ୍ତା ଉଦ୍ଧାର ଘଟଣା ଏହି ଅଞ୍ଚଳରେ ପ୍ରଥମ ହୋଇଥିବା ହେତୁ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରୁ ବିଲୁପ୍ତପ୍ରାୟ ବଜ୍ରକାପ୍ତା ଉଦ୍ଧାର
/sambad/media/post_attachments/wp-content/uploads/2020/08/bajra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)