ବାଲେଶ୍ୱର: ବାଲେଶ୍ୱରରେ ପଞ୍ଚମ ରାଉଣ୍ଡ ଗଣତି ଶେଷ ହୋଇଥିବାର ସୂଚନା ମିଳିଛି। ଏହି ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୫୩୫ ଭୋଟରେ ଆଗୁଆ ରହିଛନ୍ତି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ମୋଟ୍ ୩୨୦୬ ଭୋଟରେ ଆଗୁଆ ରହିଛନ୍ତି। ପଞ୍ଚମ ରାଉଣ୍ଡରେ ବିଜେଡିକୁ ୪୪୬୭ ଓ ବିଜେପିକୁ ୩୯୩୨ ଭୋଟ୍ ମିଳିଛି।
ସୂଚନାଯୋଗ୍ୟ, ବାଲେଶ୍ୱରରେ ଚତୁର୍ଥ ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୧୧୮୫ ଭୋଟରେ ଆଗୁଆ ରହିଛନ୍ତି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ମୋଟ୍ ୨୬୭୧ ଭୋଟରେ ଆଗରେ ଅଛନ୍ତି। ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୪୦୭୯ଟି ଭୋଟ ମିଳିଥିବା ବେଳେ ବିଜେପିକୁ ୨୮୯୪ଟି ଭୋଟ ମିଳିଛି। ତୃତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୨୧୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୮୯୪ଟି ଭୋଟ ଏବଂ କଂଗ୍ରେସକୁ ମିଳିଥିଲା ୩୨୫ଟି ଭୋଟ। ଏହି ରାଉଣ୍ଡରେ ବିଜେଡି ୩୧୬ ଭୋଟ ଆଗରେ ଥିଲା।
ପ୍ରଥମ ରାଉଣ୍ଡରେ ସେ ୬୧୫ ଭୋଟରେ ଆଗୁଆ ଥିବା ବେଳେ ଏହି ସଂଖ୍ୟା ଦ୍ବିତୀୟ ପର୍ଯ୍ୟାୟରେ ସାମାନ୍ୟ କମିଥିଲା। ବାଲେଶ୍ବରରେ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୬୬୯ ଭୋଟ ମିଳିଥିବା ବେଳେ ବିଜେପିକୁ ୩୨୩୦ଟି ଭୋଟ ମିଳିଥିବା ସୂଚନା ରହିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ୯୪୦ଟି ଭୋଟ ମିଳିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ୭୨ଟି ମିଳିଥିଲା। ତେଣୁ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ସମୁଦାୟ ୧୦୫୪ ଭୋଟରେ ଆଗୁଆ ରହିଥିଲା।
ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୩୪୫୯ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୮୪୪ଟି ଭୋଟ୍ ମିଳିଥିଲା । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୫୨୩ଟି ଭୋଟ୍ ପାଇଥିଲେ ଏବଂ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ୨୮ ଖଣ୍ଡ ଭୋଟ୍ ପାଇବାରେ ସକ୍ଷମ ହୋଇଥିଲେ ।
ବାଲେଶ୍ୱରରେ ପଞ୍ଚମ ରାଉଣ୍ଡ ଗଣତି ଶେଷ, ୩୨୦୬ ଭୋଟରେ ବିଜେଡି ପ୍ରାର୍ଥୀ ଆଗୁଆ
/sambad/media/post_attachments/wp-content/uploads/2020/11/bls-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)