କେନ୍ଦ୍ରାପଡ଼ା: ତୁଳସୀକ୍ଷେତ୍ରାଧିପତି ମହାପ୍ରଭୁ ସିଦ୍ଧ ବଳଦେବଜିଉଙ୍କ ପାଖେ ଆଜି ଗୁରୁତର ନୀତି ବିଭ୍ରାଟ ହୋଇଛି। ଦୁଇ ସେବାୟତ ଗୋଷ୍ଠୀଙ୍କ ମଧୢରେ ବିବାଦ ଯୋଗୁଁ ଠାକୁର ଦିନ ପ୍ରାୟ ୧ଟା ଯାଏ ଉପବାସ ରହିଛନ୍ତି। ଉଭୟ ସେବାୟତ ଗୋଷ୍ଠୀ ନିଜ ନିଜ ଜିଦ୍ରେ ଅଟଳ ରହିବାରୁ ଏଭଳି ପରିସ୍ଥିତି ଉପୁଜିବା ସହିତ ଠାକୁରଙ୍କ ନୀତି ପାଖାପାଖି ଚାରି ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିଥିଲା। ଠାକୁରଙ୍କ ଚାନ୍ଦି ବେଶରେ ରଘୁନାଥ ବେଶ ବହୁ ବିଳମ୍ବିତ ହୋଇଥିଲା। ଶେଷରେ ପ୍ରଶାସନ ହସ୍ତକ୍ଷେପ କରି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ସହିତ ଘଟଣାର ଯାଞ୍ଚ ପାଇଁ କମିଟି ଗଠନ କରିବା ପରେ ମାମଲା ଶାନ୍ତ ପଡ଼ିଥିଲା।
ନିର୍ଘଣ୍ଟ ନୀତି ଅନୁଯାୟୀ ଆଜି ନିଳାଦ୍ରୀ ବିଜେ ନୀତି ପୂର୍ବରୁ ରଥ ଉପରେ ଶ୍ରୀଜିଉ ରଘୁନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥା'ନ୍ତେ। ଏଥିପାଇଁ ସମୟ ଦିନ ୧୨ଟାକୁ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଜଣେ ଭକ୍ତଙ୍କୁ ଫୁଲମାଳ ଦେବାକୁ ନେଇ ମହାଜନ ପାଣିଗ୍ରାହୀ ଓ ପାଳିଆ ପଣ୍ତା ସେବାୟତ ମଧୢରେ ବିବାଦ ଦେଖାଦେଇଥିଲା। ଉଭୟ ସେବକଙ୍କ ମଧୢରେ ଏହାକୁ ନେଇ ଭୀଷଣ ପାଟିତୁଣ୍ତ ହେବା ସହିତ କଥା ହାତାହାତି ଯାଏ ଯାଇଥିବା କୁହାଯାଉଛି। ସକାଳ ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଥିଲା। ଏହାର ପ୍ରତିବାଦ ଜଣାଇ ପାଳିଆ ପଣ୍ତା ସେବକ ମାନେ ନୀତିକାନ୍ତି ବନ୍ଦ କରିଦେଇଥିଲେ। ଠାକୁରଙ୍କ ଜୟମ˚ଗଳା ଆଳତିଠୁ ନୀତିସ୍ନାନ ବଲ୍ଲଭ ଯାଏ ସମସ୍ତ ନୀତି ବନ୍ଦ ହୋଇଯାଇଥିଲା। ମାମଲାର ସମାଧାନ ନ ହେବା ଯାଏ ନୀତି କରିବୁ ନାହିଁ ବୋଲି ପାଳିଆ ପଣ୍ତା ସେବକ ମାନେ ଜିଦ୍ ଧରି ବସିଥିଲେ। ଫଳରେ ଦିନ ୧ଟା ଯାଏ ଠାକୁରଙ୍କ ସ୍ନାନ କରାଯାଇନଥିଲା କି' ଭୋଗ ଲାଗି ହୋଇନଥିଲା।
ମନ୍ଦିର ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ, ଦେଦୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ଏବ˚ ଉଭୟ ସେବକ ଗୋଷ୍ଠୀର ସେବାୟତଙ୍କ ଉପସ୍ଥିତିରେ ବିବାଦକୁ ନେଇ ଆଲୋଚନା ହୋଇଥିଲା। ଉଭୟ ମହାଜନ ପାଣିଗ୍ରାହୀ ଓ ପାଳିଆ ପଣ୍ତା ସେବକଙ୍କ ଗୋଷ୍ଠୀ ତରଫରୁ ଚାରି ଜଣ ଲେଖାଏଁ ମୋଟ ଆଠ ଜଣ ବରିଷ୍ଠ ସେବାୟତଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ଆସନ୍ତା ଶନିବାର ସୁଦ୍ଧା ଏହି କମିଟି ମାମଲାର ଯା˚ଚ କରି ରିପୋର୍ଟ ଦେବ ବୋଲି କୁହାଯିବା ପରେ ମାମଲାର ଆଶୁ ସମାଧାନ ହୋଇଥିବା ଜଣାପଡ଼ିଛି। ଏହାପରେ ଶ୍ରୀଜିଉଙ୍କ ନୀତିସ୍ନାନ କରାଯିବା ପରେ ରଘୁନାଥ ବେଶ ଓ ପରକୁ ପର ଅନ୍ୟାନ୍ୟ ନୀତି ଧାର୍ଯ୍ୟ ସମୟଠୁ ବହୁ ବିଳମ୍ବରେ ହୋଇଥିଲା।