ଆନନ୍ଦପୁର: ବିଦ୍ୟାର୍ଥୀଙ୍କ ପ୍ରକୃତ ବଳ ହେଉଛି ଜ୍ଞାନ। ଛାତ୍ରଛାତ୍ରୀ ଶୃଙ୍ଖଳାର ସହିତ ଉପଯୁକ୍ତ ଜ୍ଞାନ ଆହରଣ କରିପାରିଲେ ଦେଶ ତଥା ସମାଜର ଉନ୍ନତି ହୋଇପାରିବ ବୋଲି ଆନନ୍ଦପୁର ବ୍ଲକ୍ ଟୁକୁଣା ବଳଭଦ୍ର ନାରାୟଣ ସରକାରୀ ସଂସ୍କୃତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଲେଜର ଅଧ୍ୟକ୍ଷ ଡ. ଇନ୍ଦିରା ଶୁଭଦର୍ଶିନୀ ଚକ୍ରଙ୍କ ସଭାପତିତ୍ବରେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ମୁଖ୍ୟଅତିଥି, ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ମୁଖ୍ୟବକ୍ତାଭାବେ ଯୋଗଦେଇ ଛାତ୍ରଛାତ୍ରୀ ଭଲମଣିଷ ହେବାକୁ ଆହ୍ବାନ ଜଣାଇଥିଲେ।
ଅଧ୍ୟାପକ ଡ. ଗୋପୀନାଥ ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟାପକ ସୁଦର୍ଶନ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଅଧ୍ୟାପକ ମନୋରଂଜନ ପାଢ଼ୀ, ଅଧ୍ୟାପକ ଭୋଳେଶ୍ବର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଚଳିତ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଯୁକ୍ତ୨ ଉପଶାସ୍ତ୍ରୀ ବିଭାଗର ଛାତ୍ରୀ ନିହାରିକା ଦାସଙ୍କ ସମେତ ବିଭିନ୍ନ ବିଭାଗରେ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ପୁରସ୍କୃତ କରିଥିଲେ। ଅଧ୍ୟାପକ ନବକୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ। ଯଦୁମଣି ମିଶ୍ର, ବିଜୟ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ସତ୍ୟନାରାୟଣ ଦେବତା, ମନୋଜ ଜେନା, ରୁଦ୍ରପ୍ରସାଦ ମିଶ୍ର, ବିବଶ୍ବତ ଦାସ, ରଜତ ସିଂହ, ସିପୁ ଖଟୁଆ, ସୁନୀଲ ଶନିବିଗ୍ରହ, ପଙ୍କଜ ଜେନା, ମନ୍ମଥ ମିଶ୍ର, ରୁଦ୍ରନାରାୟଣ ଜେନା, ବିନୋଦ ଖଟୁଆ, ଶୁଭାଶିଷ ଖଟୁଆ, ସୌମ୍ୟ ମିଶ୍ର, ରସାନନ୍ଦ ଜେନା, ଝରଣା ବେହେରା, ଝୁନୁଲତା ମହାନ୍ତି, ଶୁଭଶ୍ରୀ ମହାନ୍ତ, ହେମାଙ୍ଗିନୀ ଖଟୁଆ, ସୁଶ୍ରୀ ଜେନା, ଦୀପଶିଖା ନାୟକ, ମନ୍ଦାକିନୀ ଜେନା, ସୁନୀତାରାଣୀ ଜେନା ପ୍ରମୁଖ ସହଯୋଗ କରିଥିଲେ।