ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀବଳଦେବଜୀଉ ମନ୍ଦିର ସେବାୟତ

ଭୁବନେଶ୍ୱର : ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉ ମନ୍ଦିର ସେବାୟତ ପ୍ରତିନିଧି ଓ ଟ୍ରଷ୍ଟ ବୋର୍ଡ ସଦସ୍ୟମାନେ ସାକ୍ଷାତ କରିଛନ୍ତିି। ସାକ୍ଷାତ ଅବସରରେ ସେବାୟତମାନେ କହିଥିଲେ ବିଜୁବାବୁ ଯେବେ ବି କେନ୍ଦ୍ରାପଡ଼ା ଯାଉଥିଲେ, ଶ୍ରୀବଳଦେବଜୀଉ ମନ୍ଦିର ନିଶ୍ଚିତ ରୂପେ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରୁଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ଏହାର ଉତ୍ତରରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ଗଲେ ସେ ନିଶ୍ଚିତ ରୂପେ ଶ୍ରୀଜୀଉଙ୍କ ଦର୍ଶନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ।

ସରକାରଙ୍କ ପକ୍ଷରୁ ବିଗତ ଦିନରେ ମନ୍ଦିର ମରାମତି, ରଥଦାଣ୍ଡ ନିର୍ମାଣ, ଆଲୋକୀକରଣ, ମୁଖ୍ୟ ମନ୍ଦିର ତଥା ଶ୍ରୀଗୁଣ୍ଡିଚା ମନ୍ଦିର ମରାମତି ଆଦି ନିମନ୍ତେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବାରୁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରତିନିଧି ଦଳରେ ସେବକଟ୍ରଷ୍ଟି ବଳରାମ ସୁଆର, ଟ୍ରଷ୍ଟ ବୋର୍ଡ ସଦସ୍ୟ ଧୀରେନ୍‌ ସାହୁ, ଯଯାତି କେଶରୀ ମହାନ୍ତି, ରଂଜନ କୁମାର ପୃଷ୍ଟି, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ସେବାୟତ ଦାମୋଦର ପତ୍ରି, ନୃସିଂହ ପତ୍ରି, ରାମହରି ସୁଆର, ନିରଞ୍ଜନ କର ପ୍ରମୁଖ ଥିଲେ। ପରେ ସେମାନେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର