ଶ୍ୟାମାଖୁଣ୍ଟା: ଏବେ ବର୍ଷାଋତୁ ପାଇଁ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ପର୍ଯ୍ୟଟନସ୍ଥଳୀ ବନ୍ଦ ରହିଛି। ତେବେ ଶାମାଖୁଣ୍ଟା ବ୍ଲକ୍‌ ଅଧୀନ ବାଲଢ଼ିଆ ଡ୍ୟାମ୍‌ର ମନଲୋଭା ଦୃଶ୍ୟ ଦେଖିବା ପାଇଁ ଏଠାରେ ସବୁଦିନେ ଶହଶହ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି।

Advertisment

ବିଶେଷ କରି ଛୁଟିଦିନମାନଙ୍କରେ ଏଠାରେ ବୁଲାବୁଲି କରିବା ସହ ଡ୍ୟାମ୍‌ରେ ଗାଧୋଇବାର ମଜା ନେଉଛନ୍ତି ପର୍ଯ୍ୟଟକ। ତେବେ ଅତୀତରେ ଏହି ଡ୍ୟାମ୍‌ରେ ବୁଡ଼ି ଏକାଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ବିଶେଷ ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।