୧୮ ବର୍ଷ ହେଲା ବଲାଙ୍ଗୀର ବାଇପାସ୍‌ ନିର୍ମାଣ ହୋଇପାରୁନି

ଗୃହରେ କଂଗ୍ରେସ ବିଧାୟକଙ୍କ ଧ୍ୟାନ ଆକର୍ଷଣକାରୀ ନୋଟିସ

ଭୁବନେଶ୍ବର : ବଲାଙ୍ଗୀର ବାଇପାସ୍ ନିର୍ମାଣକୁ ୧୮ ବର୍ଷ ତଳୁ ଶୁଭ ଦିଆଗଲାଣି । କିନ୍ତୁ ଏ ଯାଏ ରାସ୍ତା କାମ ଆରମ୍ଭ ହୋଇପାରିନି। ଏ ନେଇ ୨୦୧୭ ଡିସେମ୍ବର ୧୨ ତାରିଖରେ ପୂର୍ବତନ ମନ୍ତ୍ରୀ ବିଧାନସଭାରେ ରାସ୍ତାକାମ ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ବି ଦେଇଥିଲେ। କିନ୍ତୁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଆଜି ବିଧାନସଭାରେ ବଲାଙ୍ଗୀର ବାଇପାସ୍ ରାସ୍ତା ନିର୍ମାଣ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଧ୍ୟାନ ଆକର୍ଷଣକାରୀ ନୋଟିସ ଦେଇ ଏହି ପ୍ରସଙ୍ଗ ଉଠାଇଥିଲେ। ନୋଟିସର ଉତ୍ତରରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ, ବିଧାନସଭା ସରିବା ପରେ ସେ ନିଜେ ବଲାଙ୍ଗୀର ଗସ୍ତ କରି ବାକି ଥିବା ରାସ୍ତା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ କେତେ ବାଟ ଗଲା ସେ ନେଇ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବେ।

ସେହିପରି କଂଗ୍ରେସର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ କୋରାପୁଟ-ବୋରିଗୁମ୍ମା ବାଇପାସ୍‌ ନିର୍ମାଣ ନେଇ ଧ୍ୟାନ ଆକର୍ଷଣକାରୀ ନୋଟିସ ଦେଇଥିଲେ। ପୂର୍ତ୍ତମନ୍ତ୍ରୀ ଶ୍ରୀ ମଲ୍ଲିକ ଏହାର ଉତ୍ତରରେ କହିଥିଲେ ଚିଳିତ ବିଧାନସଭା ଅଧିବେଶନ ସମୟରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରି ରାସ୍ତ ନିର୍ମାଣ ପାଇଁ ଖୁବଶୀଘ୍ର ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର