ବଲାଙ୍ଗୀର: ବଲାଙ୍ଗୀର ଦିନ ପାଳନ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଟାଉନ ହଲଠାରେ ନୃତ୍ୟ, ଆମର ପିନ୍ଧନ ଉଢ଼ନ ପ୍ରତିଯୋଗିତା ହୋଇଥିବା ବେଳେ କଲେଜ ଛକ କଲ୍ୟାଣ ମଣ୍ଡପଠାରେ ରଙ୍ଗୋଲି, ହୁଳହୁଳି ପ୍ରତିଯୋଗିତା ହୋଇଥିଲା। ଏଥିରେ ଶତାଧିକ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଥିଲେ।

Advertisment

ଆଜି ସର୍ବପ୍ରଥମେ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ଓ ସଦସ୍ୟମାନେ ମା’ ସମଲେଶ୍ୱରୀ, ମା’ ପାଟଣେଶ୍ବରୀଙ୍କ ଫଟୋଚିତ୍ର ରଖି ମଞ୍ଚ ପୂଜନ କରିଥିଲେ। ପରେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଦିନ ଦୁଇଟାରୁ ଆମ ପିନ୍ଧନ ଉଢନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବଲାଙ୍ଗୀର ଟାଉନ ହଲଠାରେ। ଏଥିରେ ଆଖପାଖ ଜିଲ୍ଲାର ମଧ୍ୟ ପ୍ରତିଯୋଗୀ ଭାଗ ନେଇଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ୧ ନଭେମ୍ବର ବଲାଙ୍ଗୀର ଦିନ୍‌ ହେବାକୁ ଥିବା ମୁଖ୍ୟ ମଞ୍ଚରେ ପରିବେଷଣ କରିବାକୁ ସୁଯୋଗ ଦିଆଯିବ। ଆଜି ଏହି କାର୍ଯ୍ୟକ୍ରମରେ ବିଚାରକ ଭାବରେ ବ୍ରହ୍ମାନନ୍ଦ ବନଛୋର, କପିଳେଶ୍ୱର ଖମାରୀ, ନିମାଇଁ ଚରଣ ପାଣିଗ୍ରାହୀ, ଶ୍ରାବଣୀ ପାଣିଗ୍ରାହୀ, ଶ୍ରୀପଦା ଷଡ଼ଙ୍ଗୀ, ମନୋରଞ୍ଜନ ପଟେଲ ଥିଲେ।

ଆୟୋଜକ କମିଟିର ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ, ବିଦୁ ଭୁଷଣ ତ୍ରିପାଠୀ, ଲୋଟସ ଷଡ଼ଙ୍ଗୀ, ଗୋପାଳ ପ୍ରଧାନ, ମୁରଲୀଧର ପତି, ବିନୋଦ କାଲସାଏ, ସଙ୍ଗୀତା ଦାସ, ଦୀନେଶ ଶର୍ମା, ସୋମନାଥ ମିଶ୍ର, ଅଙ୍କୁଶ ପାଣ୍ଡିଆ, ଅଭିଷେକ ଦାସ, ସଞ୍ଜୀବ ସାହୁ, ସୁମେସ ଡାଙ୍ଗ, ରିଲୁ ରଥ, ରଞ୍ଜିତ ପ୍ରଧାନ, ଥବିର କର୍ମୀ, ରବି ଖମାରୀ, ସନ୍ଦୀପ ବାଗ, ରାମ ଶଙ୍କର ଶତପଥୀ, ମନୋରଞ୍ଜନ ସାହୁ, ଜୟକୃଷ୍ଣ ମିଶ୍ରଙ୍କ ସମେତ କମିଟି ସଦସ୍ୟମାନେ ସହଯୋଗ କରିଥିଲେ। ଅପରାହ୍ନରେ କଲେଜ ଛକ କଲ୍ୟାଣ ମଣ୍ଡପଠାରେ ରଂଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୪୯ ଜଣ ପ୍ରିତିଯୋଗୀ ଭାଗ ନେଇଥିଲେ। ଏଥିରେ ବିଚାରକ ବାସୁଦେବ ମେହେର, ଓମ୍ ପ୍ରକାଶ ସାହୁ, ସୁନିତା ମିଶ୍ର ଥିଲେ।

publive-image

କାର୍ଯ୍ୟକ୍ରମକୁ ନାରୀ ଶକ୍ତି ଫାଉଣ୍ଡେସନର ସଦସ୍ୟାମାନେ ପରିଚାଳନା କରିଥିଲେ। ସେହିପରି ସେହି ସ୍ଥାନରେ ଅପରାହ୍ନରେ ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୨୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ବିଚାରକ ଭାବେ କବିତା ପଟ୍ଟନାୟକ, ସରିତା ଦାସ, ହିମାନୀ ତ୍ରିପାଠୀ ଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ମାଇଲ ଫର୍‌ ଅଲ୍‌ର ସଦସ୍ୟମାନେ ପରିଚାଳନା କରିଥିଲେ।