ବଲାଙ୍ଗୀର: ମଡେଲିଂରେ କମାଲ ଦେଖାଇଲେ ବଲାଙ୍ଗୀରର ଝିଅ। ଉତ୍ତରପ୍ରଦେଶର ଲକ୍ଷ୍ନୌ ଠାରେ ଆୟୋଜିତ ମିସ୍ ଇଣ୍ଟରନ୍ୟାସନାଲ ୟୁନିଭର୍ସ ଟାଇଟଲ ଜିତିଛନ୍ତି ବଲାଙ୍ଗୀରର ଝିଅ ଅଭିପ୍ସା ମିଶ୍ର। ସାରା ଭାରତର ୧୫୦ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ସମସ୍ତଙ୍କୁ ପଛରେ ପକାଇ ଟାଇଟଲ ହାସଲ କରିଥିଲେ ଅଭିପ୍ସା। ଅଭିସ୍ପା ଟାଇଟଲ ଜିତି ନିଜ ଜନ୍ମମାଟିରେ ପହଞ୍ଚିବା ପରେ ଆଜି ଯାଦବ ଭବନ ଠାରେ ତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଆଗକୁ ମିସ୍ ଇଣ୍ଡିଆ ଟାଇଟଲ ଜିତିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ଅଭିସ୍ପା ମିଶ୍ର।
ମିସ୍ ଇଣ୍ଟରନ୍ୟାସନାଲ ୟୁନିଭର୍ସ ହେଲେ ବଲାଙ୍ଗୀର ଝିଅ
/sambad/media/post_attachments/wp-content/uploads/2022/03/e23881a9-7bf0-4109-b241-20202bd39962.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)