ବଲାଙ୍ଗୀର: ବଲାଙ୍ଗୀର ସହର ଆର୍ଟିଓ ଛକ ହିଟ୍ ଏଣ୍ଡ୍ ରନ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତି ଗିରଫ ହେଇଥିବା ବେଳେ ଆଉ ଜଣେ ଘଟଣାସ୍ଥଳରୁ ଫେରାର ମାରିଥିଲା। ଟାଉନ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଥିଲା। ଶୁକ୍ରବାର ଅନ୍ୟ ଅଭିଯୁକ୍ତ ଇଚ୍ଛାପଡ଼ାର ପୂର୍ଣ୍ଣଚନ୍ଦ୍ର ନନ୍ଦକୁ ଗିରଫ କରିଛି ଟାଉନ ପୁଲିସ। ଆର୍ଟିଓ ଛକ ହିଟ୍ ଆଣ୍ଡ୍ ରନ୍ ଘଟଣା ଗତ ମାସ ୨୧ ତାରିଖ ହୋଇଥିଲା।
ପ୍ରଥମେ ଦୁର୍ଘଟଣା ବୋଲି ଜଣା ପଡ଼ିଥିଲା। କିନ୍ତୁ ପୁଲିସର ତଦନ୍ତ ପରେ ଜଣାପଡ଼ିଲା ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ବରଗଡ଼ ଜିଲ୍ଲାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିଲା। ଘଟଣାର ୩୪ ଦିନ ପରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍ଡିପିଓ ତୋଫାନ ବାଗ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/murder-2.jpg)