ବଲାଙ୍ଗୀର: ବଲାଙ୍ଗୀର ଲୋକସଭା ଆସନକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ତେବେ, ପ୍ରାର୍ଥିତ୍ବକୁ ନେଇ ସବୁଦଳରେ ଦ୍ବନ୍ଦ୍ବ ରହିଥିବା କୁହାଯାଉଛି। ବିଜେଡିରେ ଟିକେଟ୍ ଦାବିଦାର୍ ଅଛନ୍ତି ପୂର୍ବତନ ସାଂସଦ କଳିକେଶ ସିଂହଦେଓ। ଗତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓଙ୍କଠାରୁ ପରାଜିତ ହେବାପରେ ସ୍ବାଭାବିକ ଭାବେ ଦଳୀୟ ଟିକେଟ୍ ନେଇ ଆଶାବାଦୀ ରହିଛନ୍ତି। ଏଥିପାଇଁ ୨୦୧୯ ମସିହା ପରଠାରୁ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମର ଯୋଗ ଦେଉଥିବା ଏବଂ ଭିତରେଭିତରେ ସେ ମଧ୍ୟ ପ୍ରଚାରକୁ ତ୍ବରାନ୍ବିତ କରୁଥିବା ଦେଖିବାକୁ ମିଳୁଛି। ତେବେ, ଦଳ ହଟଚମଟ କଲାଭଳି ଯଦି କିଛି ନିଷ୍ପତ୍ତି ନିଅନ୍ତି, ତେବେ କଳିକେଶଙ୍କ ସାଂସଦ ପ୍ରାର୍ଥିତ୍ବକୁ ନେଇ ହୁଏତ କିଛି ଭିନ୍ନ ନିଷ୍ପତ୍ତି ନିଆଯାଇପାରେ। ରାଜନୈତିକ ସମୀକ୍ଷକଙ୍କ ମତରେ, ଯଦି ସେହିଭଳି ହୁଏ କଳିକେଶଙ୍କୁ ବଲାଙ୍ଗୀର ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରିପାରିବା ସମ୍ଭାବନା ରହିଛି।
କଳିକେଶ ଲୋକସଭା ନା ବିଧାନସଭା?
ସାଂସଦଙ୍କ ବିଧାନସଭାରେ ଲଢ଼ିବା ସୂତ୍ର ଲାଗୁହେବ କି?
କଂଗ୍ରେସରୁ ମନୋଜ ମିଶ୍ର ଭାଗ୍ୟ ପରଖିବେ କି?
ଅନ୍ୟପକ୍ଷରେ, ବିଜେପି ପାଇଁ ସଂଗୀତା ସିଂହଦେଓ ଏକମାତ୍ର ଚେହେରା ଏବଂ ଟିକଟ୍ ଦୌଡ଼ରେ ବିକଳ୍ପ ବୋଲି ସମର୍ଥକମାନେ କହୁଛନ୍ତି। ତେବେ, ଦେଶର ଅନ୍ୟ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ସାଂସଦମାନଙ୍କୁ ପ୍ରାର୍ଥୀକରି ଦଳ ଏକ ନୂଆ ରଣନୀତି ଆପଣାଇଥିଲା। ଯଦି ଦଳପକ୍ଷରୁ ସେହିଭଳି ନିଷ୍ପତ୍ତି ନିଆଯାଏ ଏବଂ ଓଡ଼ିଶାରେ ସମାନ ସୂତ୍ର ପ୍ରୟୋଗ କରାଯାଏ, ସଙ୍ଗୀତା ବିଧାନସଭାରେ ପ୍ରତିଦ୍ବନ୍ଦ୍ବିତା କରିବା ନେଇ ମଧ୍ୟ ସମ୍ଭାବନା ରହିଛି। ଏ ପ୍ରସଙ୍ଗରେ ରାଜନୈତିକ ସମୀକ୍ଷକଙ୍କ ମତ ହେଉଛି ସଂଗୀତାଙ୍କ ବିକଳ୍ପ ଭାବେ ନୂଆ ମୁହଁ ବାହାରିବା ଭଳି ମନେହେଉନାହିଁ। କଂଗ୍ରେସ ପାଇଁ ଏହି ଦ୍ବନ୍ଦ୍ବ ଆହୁରି ଜଟିଳ। ଅଭିନେତା ମନୋଜ ମିଶ୍ର କଂଗ୍ରେସରେ ମିଶିବା ପରେ ବଲାଙ୍ଗୀର ଲୋକସଭା ଆସନରୁ ନିଜ ଭାଗ୍ୟ ପରଖିବେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ମନୋଜଙ୍କୁ ତରବରିଆ ଭାବେ ଟିକଟ୍ ଦେବା ଦଳ ପାଇଁ ବି ବଡ଼ ଝଟ୍କା ହୋଇପାରେ ବୋଲି କିଛି ସମୀକ୍ଷକ କହୁଛନ୍ତି। କାରଣ କଂଗ୍ରେସ ଶିବିରରେ ଟିକଟ୍ ଦୌଡ଼ରେ ବହୁ ପୁରୁଣା ନେତା ଅଛନ୍ତି। ପୁରୁଣାଙ୍କୁ ଅଣଦେଖା କରି ନବାଗତଙ୍କୁ ଟିକଟ୍ ଧରାଇବା ଦଳ ପାଇଁ ବଡ଼ ଚାଲେଞ୍ଜ ହେବ। ଏଭଳି ସ୍ଥିତିରେ ଦଳ ଭିତରେ ଫାଟ ଆହୁରି ଲମ୍ବିବା ଆଶଙ୍କା ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/fhsffhsfhfh-1.jpg)