ପାର୍ସଲ ବୋମା ବିସ୍ଫୋରଣ ମାମଲା : ମାର୍ଚ୍ଚ ୧ରେ ପୁଞ୍ଜିଲାଲ ନାଁରେ ଚାର୍ଜଫ୍ରେମ!

ବଲାଙ୍ଗୀର : ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସନ୍ତା ମାର୍ଚ୍ଚ ୧ ତାରିଖରେ ଚାର୍ଜଫ୍ରେମ କରାଯିବ। ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେର ନାଁରେ ଏଡିଜେ ପାଟଣାଗଡ କୋର୍ଟରେ ଚାର୍ଜଫ୍ରେମ ହେବ ବୋଲି ଜଣାଯାଇଛି। ପୂର୍ବରୁ ଗତ ଫେବ୍ରୁଆରି ୨ ତାରିଖରେ ଚାର୍ଜଫ୍ରେମ ହେବାର ଥିଲା। କିନ୍ତୁ ଓକିଲମାନଙ୍କ ଆନ୍ଦୋଳନ ଯୋଗୁଁ ତାହା ଘୁଞ୍ଚି ଯାଇଥିଲା। ବର୍ତ୍ତମାନ ୨୪ ତାରିଖ ଯାଏଁ ଆନ୍ଦୋଳନ ଚାଲିବ ବୋଲି ସଂଘ କହିଛି। ଯଦି ପୁଣି ଆନ୍ଦୋଳନ ଜାରି ରୁହେ ତାହେଲେ ମାର୍ଚ୍ଚ ୧ରେ ହୋଇପାରିବ ନାହିଁ। କିନ୍ତୁ ଆନ୍ଦୋଳନ ସ୍ଥଗିତ ରହିଲେ ମାର୍ଚ୍ଚ ୧ରେ ଚାର୍ଜଫ୍ରେମ ହେବ ବୋଲି କୁହାଯାଉଛି। ତାପରେ ଖୁବ ଶିଘ୍ର ପାର୍ସଲ ବୋମା ବିସ୍ଫୋରଣ ମାମଲାର ଟ୍ରାଏଲ ଆରମ୍ଭ ହୋଇଯିବ।

ସମ୍ବନ୍ଧିତ ଖବର