ବଲାଙ୍ଗୀର/ଭୁବନେଶ୍ୱର: ବଲାଙ୍ଗୀର ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର ନିଲମ୍ବିତ ହୋଇଛନ୍ତି। ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏହା ସ୍ପଷ୍ଟ କରିଛନ୍ତି। ଉପଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ନାଁରେ ଜଣେ ମହିଳା କର୍ମଚାରୀ ଅସଦାଚରଣ ଅଭିଯୋଗ ଆଣିଥିଲେ। ମହିଳା କର୍ମଚାରୀ ଜଣକ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏହାପରେ ତଦନ୍ତ ଲାଗି ଏକ ୩ ଜଣିଆ କମିଟି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଠନ କରାଯାଇଥିଲା।
/sambad/media/post_attachments/wp-content/uploads/2020/09/Scan-04-Sep-2020-1-730x1024.jpg)
ସୂଚନାଯୋଗ୍ୟ, ମହିଳା କର୍ମଚାରୀ ଜଣକ ଜିଲ୍ଲାପାଳଙ୍କୁ ତିନି ପୃଷ୍ଠାର ଅଭିଯୋଗପତ୍ର ଦେବା ପରେ ଜିଲ୍ଲାପାଳ ଉକ୍ତ ମହିଳା କର୍ମଚାରୀଙ୍କୁ ଅନ୍ୟ ଏକ ସ୍ଥାନକୁ ବଦଳି କରିବା ସହ ଘଟଣାର ତଦନ୍ତ କରୁଛନ୍ତି। ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ମହିଳା କର୍ମଚାରୀ ଜଣକ ଆତ୍ମହତ୍ୟା ଧମକ ଦେଇଥିବା ସୂଚନା ମିଳିଛି।
ଏ ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ଯୋଗାଯୋଗ କରିବାରୁ ସେ ଅଭିଯୋଗର ତଦନ୍ତ କରାଯାଉଥିବା କହିଛନ୍ତି। ଅନ୍ୟପକ୍ଷରେ ଉପଜିଲ୍ଲାପାଳ ସଂଜୟ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ, ସେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଜରୁରୀକାଳୀନ ଡ୍ୟୁଟି ବଣ୍ଟନ ବେଳେ କିଛି କର୍ମଚାରୀ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଏଥିସହ ସହରରେ ଚାଲିଥିବା ଜବରଦଖଲ ଉଚ୍ଛେଦ ଓ ଅନ୍ୟ ପଦକ୍ଷେପ ଦୃଷ୍ଟିରୁ କିଛି ଗୋଷ୍ଠୀ ପ୍ରତିକ୍ରିୟାଶୀଳ ହୋଇ ଏପରି କରିଥିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/sanjay-mishra-sub-collector04_Thumb.jpg)