ଭୁବନେଶ୍ବରରେ ବଲାଙ୍ଗୀର ଚିନ୍ତା

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଜଳସେଚନ, ରାଜସ୍ବ ସମସ୍ୟା ଆେଲାଚନା

ଭୁବନେଶ୍ବର: ଖୁବ୍ ଶୀଘ୍ର େଲାୟର ସୁକତେଲ ପ୍ରକଳ୍ପ ଆରମ୍ଭ େହବ। ବିସ୍ଥାପିତଙ୍କ ସହିତ ଆେଲାଚନା କରି ସମାଧାନର ରାସ୍ତା କାଢିବା ପାଇଁ ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଦାୟିତ୍ବ ଆଜି ଦାୟିତ୍ବ ଦିଆଯାଇଛି। ଅନ୍ୟପକ୍ଷରେ ଆେଲାଚନା େହାଇଛି େଯ ବଲାଙ୍ଗୀରରେ ଯେତେ ଭୂମିହୀନ ଅଛନ୍ତି, ସେମାନଙ୍କୁ ୬ମାସ ଭିତରେ ଚିହ୍ନଟ କରାଯିବ ଓ ବର୍ଷେ ଭିତରେ ସରକାର ସେମାନଙ୍କ ସମସ୍ୟା ଦୂର କରିବେ। ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ବଲାଙ୍ଗୀର ସିଲିଂ ଜମି ଦୁର୍ନୀତି େନଇ ବିଧାନସଭାରେ େଯଉଁ ଆେଲାଚନା େହାଇଥିଲା, ତାହା ଉପରେ ସରକାର ତଦନ୍ତ ଆରମ୍ଭ କରିପାରିନ୍ତି। ଏ େନଇ ସରକାରୀସ୍ତରରେ ବ୍ୟାପକ ଆେଲାଚନା ଚାଲିଛି। ଆଜି ଏ ସଂକ୍ରାନ୍ତରେ ମଧ୍ୟ ବୈଠକରେ ଚର୍ଚ୍ଚା େହାଇଥିଲା।

େଲାୟର ସୁକତେଲ ବିସ୍ଥାପିତଙ୍କ ସହିତ ଆେଲାଚନା ପାଇଁ ନରସିଂହଙ୍କୁ ଦାୟିତ୍ବ
ସିଲିଂ ଜମି ଦୁର୍ନୀତି େନଇ ତନାଘନା, ତଦନ୍ତ ନିେର୍ଦଶ ଦେଇପାରନ୍ତି ସରକାର

ରାଜଧାନୀରେ ବଲାଙ୍ଗୀର ସମସ୍ୟା ଚିନ୍ତା। ବିଧାନସଭାରେ ବଲାଙ୍ଗୀର ଜିଲ୍ଲାର େଯଉଁ ସବୁ ସମସ୍ୟା ଉଠିଥିଲା, ଆଜି ତାହାର ସମାଧାନର ରାସ୍ତା କାଢିବା ପାଇଁ ବିଧାନସଭାରେ ଏକ ବୈଠକ ଡକାଯାଇଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗୀର ସମସ୍ୟାକୁ ନେଇ ଦୁଇ ଦୁଇଟି ବୈଠକ ଅନୁଷ୍ଠିତ େହାଇଯାଇଛି। ପୂର୍ବାହ୍ନରେ େଲାୟର ସୁକତେଲ ସହିତ ଜିଲ୍ଲାର ଜଳସେଚନ ପ୍ରସଙ୍ଗ ଉପରେ ଆେଲାଚନା େହାଇଥିଲା। ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଜଳସେଚନ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ଶ୍ରୀ ମିଶ୍ର, ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା, ବରିଷ୍ଠ ଅଧିକାରୀମାେନ ଉପସ୍ଥିତ ଥିଲା। ସ୍ଥିର େହାଇଛି, ଖୁବ୍ ଶୀଘ୍ର େଲାୟର ସୁକତେଲ ପ୍ରକଳ୍ପ କାମ ଆରମ୍ଭ େହବ। ତେବେ େଯଉଁ ସମସ୍ୟା ଉଠାଇ ସ୍ଥାନୀୟ େଲାକମାେନ ଏହି ପ୍ରକଳ୍ପକୁ ଅବରୋଧ କରୁଛନ୍ତି, ସେସବୁ ପ୍ରସଙ୍ଗରେ ବଲାଙ୍ଗୀର ବିଧାୟକ ସେମାନଙ୍କ ସହିତ ଆେଲାଚନା କରି ରାସ୍ତା କାଢିବେ। ଆବଶ୍ୟକସ୍ଥଳେ ଜଳସଂପଦ ବିଭାଗ ଅଧିକାରୀମାନେ ବଲାଙ୍ଗୀର ଯାଇ ଆେଲାଚନାକୁ ଆଗକୁ ନେବେ। ସେହିଭଳି େସାନଗଡ ନଦୀ ଉପରେ ସିକୁଆ-ଭୁତିଆ ବାହଲ ପ୍ରକଳ୍ପ କରାଯିବ। ଛତା ମକନା ପ୍ରକଳ୍ପ ପାଇଁ ବି ବିଭାଗ ପ୍ରକ୍ରିୟା ଆରମ୍ଭ କରିବ। କେବଳ ସେତିକି ନୁେହଁ, ତେଲ ନଦୀ ଉପରେ ୪ଟି ପ୍ରକଳ୍ପ କରାଯିବ। ଏହା ବ୍ୟତୀତ ଉପର ଲାନ୍ଥ ପ୍ରକଳ୍ପ େନଇ ବି ଆେଲାଚନା େହାଇଛି। େଲାୟର ଇନ୍ଦ୍ର କାମ ଖୁବ୍ ଶୀଘ୍ର େଶଷ େହବ େବାଲି ଜଳସେଚନ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି। େମଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଅନୁଧ୍ୟାନ ଲାଗି ବରିଷ୍ଠ ଯନ୍ତ୍ରୀମାନେ ବଲାଙ୍ଗୀର ଯିବେ। ଅପରାହ୍ନ ୫ଟାରେ ରାଜସ୍ବ ବିଭାଗ ସଂପର୍କିତ ବୈଠକରେ ବଲାଙ୍ଗୀରରେ ଭୂମିହୀନଙ୍କୁ ଜମି ଦେବା ସଂପର୍କରେ ଆେଲାଚନା େହାଇଛି। ବିଭାଗୀୟ ମନ୍ତ୍ରୀ ସୁଦାମ ମାରାଣ୍ଡି, ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ଶ୍ରୀ ମିଶ୍ରଙ୍କ ସମେତ ସଚିବ ନିକୁଞ୍ଜ ଧଳ ପ୍ରମୁଖ ଏଥିରେ େଯାଗଦେଇଥିଲେ। ବଲାଙ୍ଗୀର ଜିଲ୍ଲାରେ କେତେ ଭୂମିହୀନ ଅଛନ୍ତି, ତାହା ୬ମାସ ମଧ୍ୟରେ ଚିହ୍ନଟ ହେବ। ପ୍ରଶାସନ ଇତିମଧ୍ୟରେ ୧୦ ଏକର ଜମି ଅଧିଗ୍ରହଣ କରିଛନ୍ତି। ବର୍ଷେ ଭିତରେ ଜମି ବା ଘର ଦିଆଯିବା ଦିଗରେ ପଦକ୍ଷେପ ନିଆଯିବ। େଯଉଁ ସବୁ ଜମି ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି,ସେସବୁ ଉଠାଇବା ଲାଗି ସରକାର ଆବଶ୍ୟକ ପଦକ୍ଷେପ େନବେ। ଅନ୍ୟପଟରେ ୧୦ହଜାର େକାଟି ଟଙ୍କାର ସିଲିଂ ଜମି ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା େହାଇଥିଲା।ଏ େକ୍ଷତ୍ରରେ କିଭଳି ଦୁର୍ନୀତି େହାଇଛି, ଫାଇଲ ଚିିରି ଦିଆଯାଇଛି, େସ ସଂକ୍ରାନ୍ତରେ ଶ୍ରୀ ମିଶ୍ର ରାଜସ୍ବ ବିଭାଗକୁ ତଥ୍ୟ ଦେଇଥିଲେ। ସରକାର ଏହା ଉପରେ ବିଚାର କରିବେ େବାଲି କହିଛନ୍ତି।

ସମ୍ବନ୍ଧିତ ଖବର