ବଲାଙ୍ଗୀର : ବଲାଙ୍ଗୀରର ଜୀବନରେଖା ଭାବରେ ବିବେଚନା କରାଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ କାମ ୧୫ ମାସ ହେଲା ବନ୍ଦ ପଡ଼ିଛି। ରାଜ୍ୟ ସରକାର ନା ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରୁଛନ୍ତି ନା ପ୍ରକଳ୍ପ କାମ ଆଗେଇବା ପାଇଁ ପଦକ୍ଷେପ ନେଉଛନ୍ତି। ବଲାଙ୍ଗୀର ସହର ମଧ୍ୟ ଦେଇ ଯାଇଥିବା ଦୁଇଟି ଜାତୀୟ ରାଜପଥ ଯୋଗୁଁ ନିୟନ୍ତ୍ରଣରେ ରହୁନି ବଲାଙ୍ଗୀର ସହରର ଟ୍ରାଫିକ ସମସ୍ୟା। ଅତୀତରେ ଦୁର୍ଘଟଣାରେ ଅକାଳରେ ଅନେକଙ୍କ ଜୀବନ ଯାଇଛି। ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଘଟଣା ସମ୍ମୁଖକୁ ଆସୁଛି। ବହୁ ଦିନରୁ ବାଇପାସ୍ ରାସ୍ତା ପାଇଁ ଦାବି ହୋଇ ଆସୁଥିଲେ ସୁଦ୍ଧା ଏହାର କାମ ମଧ୍ୟ ଅଧାବାଟରେ ଅଟକି ରହିଛି। ପାଟଣା ରାଜ୍ୟର ବଲାଙ୍ଗୀରରେ ହାଇକୋର୍ଟ ଥିଲା। ତେଣୁ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବି ଯୁକ୍ତିଯୁକ୍ତ। ପଶ୍ଚିମ ଓଡ଼ିଶାର କେନ୍ଦ୍ରସ୍ଥଳ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ପାଇଁ ବହୁ ଦିନରୁ ଦାବି ହୋଇଆସୁଛି। ଏହିସବୁ ଦାବିକୁ ନେଇ ବଲାଙ୍ଗୀର ଏକ୍ସନ କମିଟି ନେତୃତ୍ବରେ ଦୁଇଦିନିଆ ସରକାରୀ କାର୍ଯ୍ୟାଳୟ ବନ୍ଦ ଡାକରା ଦିଆଯାଇଛି। ବୁଧବାର ପ୍ରଥମ ଦିନ ବନ୍ଦ ପାଳନ ସଫଳ ହୋଇଛି। ଅଫିସ ଖୋଲିବା ସମୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଅଧୀନରେ ଥିବା ଅଫିସ ସମ୍ମୁଖରେ ପିକେଟିଂ କରି ବନ୍ଦ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଏକ୍ସନ କମିଟି ଆବାହକ ଗୋପାଲଜୀ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ। ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା, ସମର୍ଥକ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ଜାତିଗତ ସଂଗଠନର କର୍ମକର୍ତ୍ତାମାନେ ସ୍ବତଃସ୍ଫୁର୍ତ୍ତ ଭାବରେ ସମର୍ଥନ କରି ଆନ୍ଦୋଳନରେ ସାମିଲ ହୋଇଥିଲେ।
ଲୋୟର ସୁକତେଲ, ବାଇପାସ୍, ହାଇକୋର୍ଟ ବେଞ୍ଚ ଦାବି, ବଲାଙ୍ଗୀରର ସବୁ ସରକାରୀ ଅଫିସ ବନ୍ଦ
/sambad/media/post_attachments/wp-content/uploads/2019/11/trike.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)