ବାଲେଶ୍ୱର: ଆଜି ସକାଳେ ଏକ ଅଫୁଟା ବାଣକୁ ଫୁଟାଇବାକୁ ଚେଷ୍ଟା କରି ବସ୍ତା ଥାନା ସଦର ବ୍ଲକ୍ ଅଞ୍ଚଳର କୁରାଢ଼ିଆ ପଞ୍ଚାୟତ ଅନ୍ତର୍ଗତ ଧାନଖଲାରି ଗ୍ରାମରେ ୭ ଜଣ ପିଲା ଆହତ ହୋଇଛନ୍ତି।
ଅଳିଆରେ ପଡ଼ିଥିବା ଏକ ଫୁଟି ନ ଥିବା ବାଣକୁ ପିଲାଏ ଗୋଟାଇ ଆଣି ସେଥିରେ ପୁଣି ନିଅାଁ ଲଗାଇ ଫୁଟାଇବାକୁ ଚେଷ୍ଟା କରୁଥିବାବେଳେ ତାହା ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ଘଟିଲା। ଫଳତଃ, ସେଠାରେ ରୁଣ୍ଡ ହୋଇ ସେଥିରେ ନିଅାଁ ଲଗାଇ ଥିବା ସାତ ଜଣଯାକ ଆହତ ହୋଇଥିଲେ।
ଚିକିତ୍ସା ନିମନ୍ତେ ଆହତ ପିଲାମାନଙ୍କ ପରିବାର ଲୋକେ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦାଖଲ କରିଛନ୍ତି। ସମସ୍ତ ପିଲାଙ୍କର ବୟସ ୧୦/୧୧ ବର୍ଷ। ବସ୍ତା ପୁଲିସ ଘଟଣାର ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/final_bstSnapshot_208671.jpg)