ବାଲେଶ୍ବର : ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ବାଲେଶ୍ବର ସହରରେ ପ୍ରସ୍ତାବିତ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍ପିଟାଲ ପ୍ରତିଷ୍ଠାରେ ସମସ୍ୟା ଉପୁଜିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରେସ ବିବୃତିରେ ମତ ବ୍ୟକ୍ତ କରିଛନ୍ତି।
ସୂଚନା ଅନୁଯାୟୀ, ବାଲେଶ୍ବରରେ ଏହି ହସ୍ପିଟାଲ ପ୍ରତିଷ୍ଠା ହେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ବିଳମ୍ବ ହେବା ନେଇ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜରିଆରେ ଗତ ନଭେମ୍ବର ୧୨ ତାରିଖରେ କେନ୍ଦ୍ର ଆୟୁଷ ମନ୍ତ୍ରାଳୟକୁ ଏକ ଚିଠି ଲେଖିଥିଲେ। ତେବେ ରାଜ୍ୟ ସରକାରଙ୍କ ଏଥିରେ ଅବହେଳା ନୀତି ଅବଲମ୍ବନ କରୁଥିବା ଯୋଗୁ ହସ୍ପିଟାଲ କାମ ଆରମ୍ଭ ହୋଇପାରୁ ନଥିବା କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ, ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଚିଠି ଲେଖି ଜଣାଇଛନ୍ତି।
ପୂର୍ବରୁ ଢେଙ୍କାନାଳ ଓ ବ୍ରହ୍ମପୁରରେ ପ୍ରସ୍ତାବିତ ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ସ୍ଥିତିର ଅଗ୍ରଗତି କିମ୍ବା ଅର୍ଥନୈତିକ ଅଗ୍ରଗତି ଉପରେ ଅବଗତି କରି ନଥିବା କାରଣରୁ ବାଲେଶ୍ବରରେ ହେବାକୁ ଥିବା ପ୍ରକଳ୍ପର ଅନୁମୋଦନ ପାଇଁ ପ୍ରଶାସନିକ ସମସ୍ୟା ରହିଛି ବୋଲି ଶ୍ରୀ ନାଏକ ଚିଠିରେ ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Ayush-Hospital.jpg)