ଖଇରା : ସୋର-କୁପାରୀ ରାସ୍ତାର ଧୋବାଗଡିଆ ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଟ୍ରକ୍ ଧକ୍କାରେ ଧୋବାଗଡିଆ ଗ୍ରାମର ମୁରଲୀ ଦାସ(୩୪) ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଗ୍ରାମବାସୀ ଶବରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଶନିବାର ସକାଳଠାରୁ ଗ୍ରାମବାସୀମାନେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଥିଲେ। ପୂର୍ବାହ୍ନ ସାଢ଼େ ୧୧ଟାରେ ଖଇରା ଥାନା ଆଇଆଇସି ଲୋପାମୁଦ୍ରା ନାୟକ, ଏଏସ୍ଆଇ ଶ୍ୟାମସୁନ୍ଦର ବିନ୍ଧାଣୀ ଓ ବସନ୍ତ ଜେନା, ଅତିରିକ୍ତ ତହସିଲଦାର ବିଭାସ ରଞ୍ଜନ ପାଣିଗ୍ରାହୀ, ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ, ସମାଜସେବୀ ଗଜେନ୍ଦ୍ର ପ୍ରସାଦ ଦାସ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିିଥିଲେ। ଶେଷରେ ରେଡକ୍ରସରୁ ୧୦ ହଜାର ଓ ୭ ଦିନ ମଧ୍ୟରେ ଧୋବାଗଡିଆ ଛକରେ ସ୍ପିଡ୍ବ୍ରେକର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଖଇରା ପୁଲିସ ପକ୍ଷରୁ ଟ୍ରକକୁ ଜବତ କରାଯାଇ ଏକ ମାମଲା(୧୯୮/୧୭)ରୁଜୁ କରାଯାଇ ଡ୍ରାଇଭର ଜଗନ୍ନାଥ ଦାସକୁ ଗିରଫ କରାଯାଇଛି।
କ୍ଷତିପୂରଣ ଦାବିରେ ଶବ ରଖି ଟାୟାରଜାଳି ରାସ୍ତା ଅବରୋଧ
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟଣା
/sambad/media/post_attachments/wp-content/uploads/2017/10/Khaira-Road.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)