ଆଇନଜୀବୀଙ୍କ ଅଜବ ଯୁକ୍ତି , ସକାଳ ୮ରୁ ରାତି ୮ ପର୍ଯ୍ୟନ୍ତ ଆଇନଜୀବୀଙ୍କ ହେଲମେଟ ଚେକିଂ ନକରିବା ପାଇଁ ଜିଲ୍ଲପାଳ ଓ ଏସପିଙ୍କୁ ଲେଖିଲେ ଚିଠି
ବାଲେଶ୍ୱର:ଟ୍ରାଫିକ୍ ନିୟମକୁ ନେଇ ଚାରିଆଡେ ଧରପଗଡ଼ ଚାଲିଥିବା ବେଳେ ବାଲେଶ୍ୱରରୁ ଆସିଛି ଏଭଳି ଏକ ଖବର, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବାଲେଶ୍ୱର ଆଇନଜୀବୀ ସଂଘ ସକାଳ ୮ଟାରୁ ରାତି ୮ଟା ଯାଏଁ ହେଲମେଟ ନ ପିନ୍ଧିବା ପାଇଁ ଏକ ପ୍ରସ୍ତାବ ପାରିତ କରିଛନ୍ତି । ଏମିତି କି ଏ ସଂପର୍କରେ ବାଲେଶ୍ୱର ଜିଲ୍ଲପାଳ, ଏସପି, ଆରଟିଓ, ଟ୍ରାଫିକ ଇନ୍ସପେକ୍ଟରଙ୍କୁ ଅବଗତ କରିଛନ୍ତି । ସେମାନଙ୍କ ଦାବି ହେଉଛି ତାଙ୍କୁ ସକାଳ ୮ଟାରୁ ରାତି ୮ଟା ଯାଏଁ, ସମସ୍ତ ଓକିଲମାନଙ୍କୁ ହେଲମେଟ ଚେକିଂରୁ ବାଦ୍ ଦିଆଯାଉ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ପଛରେ ସଂଘ ଯୁକ୍ତି ରଖିଛି ଯେ, ଓକିଲଙ୍କୁ ଗୋଟିଏ କୋର୍ଟରୁ ଆଉ ଗୋଟିଏ କୋର୍ଟକୁ ବିଭିନ୍ନ କାର୍ଯ୍ୟ ପାଇଁ ଯିବାକୁ ପଡୁଛି । ତେଣୁ ସେମାନଙ୍କ ପାଇଁ ହେଲମେଟ୍ ଚେକିଂ କରାନଯାଉ । କୌଣସି ସଂଘ ପକ୍ଷରୁ ବିଧିବଦ୍ଧ ଭାବରେ ନିୟମ ତାଙ୍କ ପାଇଁ ଛାଡ଼ କରିବା ପାଇଁ ଦାବି ହେଉଛି । ହୁଏତ, ଏଭଳି ଘଟଣା ପୂର୍ବରୁ କେବେ ଓଡ଼ିଶାରେ ଦେଖାଯାଇନଥିବ ।
ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଲିସ ପକ୍ଷରୁ ଜୋରଦାର ଚେକିଂ କରାଯାଉଛି । କେବଳ ଯେ, ଚେକିଂ କରାଯାଉଛି ତାହା ନୁହେଁ ବରଂ ନିୟମ ଉଂଲଘନ କଲେ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣିବାକୁ ପଡୁଛି । ତେଣୁ ଏହାକୁ ଏଡାଇବା ପାଇଁ ଓକିଲ ସଂଘ ପକ୍ଷରୁ ଏପରି ଆବେଦନ କରାଯାଇଥିବା ଚର୍ଚ୍ଚା ହେଉଛି ।