ପ୍ରବାସୀ ଓଡ଼ିଆଙ୍କୁ ନେଇ ବାଲେଶ୍ବରରେ ପହଞ୍ଚିଲା ସ୍ଵତନ୍ତ୍ର ଶ୍ରମିକ ଟ୍ରେନ୍

ବାଲେଶ୍ବର: ବାଲେଶ୍ବରରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ସ୍ଵତନ୍ତ୍ର ଶ୍ରମିକ ଟ୍ରେନ୍ ପହଞ୍ଚିଛି। ଆନ୍ଧ୍ରପ୍ରଦେଶର ଗୁଣ୍ଠୁରରୁ ଶ୍ରମିକଙ୍କୁ ନେଇ ଏହି ଟ୍ରେନଟି ବାଲେଶ୍ୱରରେ ପହଞ୍ଚିଛି। ଟ୍ରେନରେ ବାଲେଶ୍ବର ଜିଲ୍ଲାର ୧୧୬ଜଣ ଓ ମୟୂରଭଞ୍ଜ ଜିଲ୍ଲାର ୧୬୧ ଜଣ ଶ୍ରମିକ ଅଛନ୍ତି। ଆଜି ଆଉ ଦୁଇଟି ସ୍ଵତନ୍ତ୍ର ଶ୍ରମିକ ଟ୍ରେନ୍ ଗୁଜରାଟ ଓ ହାଇଦ୍ରାବାଦରୁ ଆସିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତକାଲି ୪ଟି ଟ୍ରେନରେ ୩୦୬୨ ଜଣ ପ୍ରବାସୀ ଓଡ଼ିଆ ଏହି ଦୁଇ ଜିଲ୍ଲାକୁ ଫେରିଥିଲେ।

ସମ୍ବନ୍ଧିତ ଖବର