ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଆଜି ଅବକାରୀ ବିଭାଗ ପକ୍ଷରୁ ପକ୍ଷରୁ ଚଢ଼ାଉ କରାଯାଇ ୮ହଜାର ଲିଟର ଦେଶୀ ମଦ ସହ ୨ପିକ ଅପ ଭ୍ୟାନ ଜବତ ହୋଇଥିବାର ଖବର ମିଳିଛି। ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ବରରୁ ସୋର ଓ ମାର୍କୋଣା ଅଞ୍ଚଳକୁ ଚୋରା ଦେଶୀ ମଦ ଦୁଇଟି ପିକ୍ ଅପ୍ ଭ୍ୟାନରେ ଚାଲାଣ ହେଉଥିଲା। ସଂପର୍କରେ ଖବର ପାଇ ଆଜି ଭୋର ୪ଟା ସମୟରେ ଗଡ଼ପଡ଼ି ଅଞ୍ଚଳରେ ଚଢଉ କରାଯାଇଥିଲା। ଘଟଣାସ୍ଥଳରୁ ୮ହଜାର ଲିଟର ଦେଶୀ ମଦ ସହ ୨ପିକ ଅପ ଭ୍ୟାନ ଜବତ ହୋଇଥିଲା। ଏହି ଦୁଇ ୨ପିକ ଅପ ଭ୍ୟାନର ନମ୍ବର ହେଲା ଡବ୍ଲୁ ବି -୩୩ ବି ୦୯୨୩ ଓ ଓଡି-୨୨ ଏ ୦୧୧୪।
/sambad/media/post_attachments/wp-content/uploads/2020/07/bls-3.jpg)
ଏହି ମାମଲାରେ ପ୍ରଭାକର ଦାସ(୪୦) ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତାଙ୍କ ଘର ରସାଳପୁର ଥାନା ଅଞ୍ଚଳରେ ବୋଲି ଜଣାଯାଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/8K-Liter-Desi-Liquor-Sized_Thumbnail.jpg)