ବାଲେଶ୍ୱର: ଉପନିର୍ବାଚନ ପାଇଁ ବାଲେଶ୍ୱରରେ ଆଜି  ମତଦାନ ଜାରି ରହିଛି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିସାରିଥିବାର ଖବର ମିଳିଛି।

Advertisment

publive-image
ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ଆଜି ସକାଳେ ଗୋପାଳଗାଁସ୍ଥିତ ସାବିତ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏହାପରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ଆଜିମାବାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି। ଠିକ୍ ସେହିପରି ବିଜେପି ପ୍ରାର୍ଥୀ ମାନସ ଦତ୍ତ ହାଜିନାସିରୁଦ୍ଦିନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଏହାଛଡ଼ା ବାଲେଶ୍ୱର ସଦରର ଚର୍ଚ୍ଚିତ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ବି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ।

publive-image
ସୂଚନାଯୋଗ୍ୟ, ବାଲେଶ୍ୱରରେ ଆଜି ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେଉଛନ୍ତି । କରୋନା କଟକଣା ଭିତରେ ସହିତ ଜାରି ରହିଛି ଭୋଟ ଗ୍ରହଣ। ମତଦାନ ସମୟରେ ଭୋଟରଙ୍କ ଧାଡି ମଧ୍ୟରେ ୬ ଫୁଟର ଦୂରତା ରଖାଯାଇଛି । ଭୋଟର କେମିତି ଲାଇନରେ ଠିଆ ହେବେ, କେମିତି ଭୋଟ ଦେବେ, ସେସବୁ ନେଇ ଆଗୁଆ କଟକଣା ଜାରି କରାଯାଇଥିଲା । ଏହାକୁ ପାଳନ କରି ଏଥର ମତଦାନ ଚାଲିଛି ।