ବାଲେଶ୍ୱରରୁ ଆଜି ସକାଳେ ଚିହ୍ନଟ ହୋଇଥିବା ୫ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୪ ମହିଳା ଓ ଜଣେ ପୁରୁଷ

ଭୁବନେଶ୍ବର: ବାଲେଶ୍ୱରରୁ ଆଜି ସକାଳେ ଆଉ ୫ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏହି ୫ ଆକ୍ରାନ୍ତ ବାଲେଶ୍ୱରର କଣ୍ଟେନମେଣ୍ଟ ଜୋନର ବୋଲି ସୂଚନା ଦିଆଯାଇଛି। ଏହି ୫ ଆକ୍ରାନ୍ତଙ୍କ ମଧ୍ୟରେ ୪ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି। ୪ ମହିଳାଙ୍କ ବୟସ ଯଥାକ୍ରମେ ୫୫,୨୨,୨୩ ଏବଂ ୨୯ ବର୍ଷ ବୋଲି ଜଣାଯାଇଛି। ଅପରପକ୍ଷରେ ପୁରୁଷ ଆକ୍ରାନ୍ତଙ୍କ ବୟସ ୨୭ ବର୍ଷ।

ସୂଚନାଯୋଗ୍ୟ, ନୂଆ ୫ ଆକ୍ରାନ୍ତଙ୍କୁ ମିଶାଇ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ତେବେ ସେମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରି କ’ଣ ରହିଛି ତାହା ଏବେ ସୁଦ୍ଧା ଜଣାପଡ଼ି ନାହିଁ । ନୂଆ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପ୍ରକିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ ପକ୍ଷରୁ ଏହି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର