୪୦ ଡିଗ୍ରି ଛୁଇଁଲା ବାଲେଶ୍ବର ତାପମାତ୍ରା

ବାଲେଶ୍ବର: ଆଜି ବାଲେଶ୍ବର ସହର ସବୁଠୁ ଉତ୍ତପ୍ତ ସହର ଥିଲା। ୪୦ ଡିଗ୍ରୁ ଛୁଇଁଥିଲା ପାରଦ। କିଛିଦିନ ହେଲା ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଝାଞ୍ଜି ପବନ ବୋହୁଛି। ମୁଣ୍ଡଫଟା ଖରାରେ ଲୋକେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ସକାଳ ୯ଟାରୁ ଆରମ୍ଭ ହୋଇଯାଉଛି ତାତି। ଅପରାହ୍ନ ୫ ପର୍ଯ୍ୟନ୍ତ ଝାଞ୍ଜି ପବନ ବୋହିବା ବନ୍ଦ ହେଉନାହିଁ।

ଟାଣ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜୀବନ। ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି। କିଛିଦିନ ହେଲା ଗରମ ଅଧିକ ଅନୁଭୂତ  ହେଉଥିବା ବେଳେ ଆଜି ସବୁଠୁ ଅଧିକ ତାପମାତ୍ରା ଥିବା ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୧୧ ତାରିଖରେ ୩୮ ଡିଗ୍ରି ତାପମାତ୍ରା ରହିଥିବା ବେଳେ ୧୨ ତାରିଖରେ ଏହା ବୃଦ୍ଧି ପାଇ ୩୯.୦ ଡିଗ୍ରିରେ ପହଞ୍ଚିଥିଲା। ସେହିପରି ଗତକାଲି ୩୯.୦ ଡିଗ୍ରି ତାପମାତ୍ରା ରହିଥିଲା ବେଳେ ଆଜି ସବୁଠୁ ଅଧିକ ତାପମାତ୍ରା ବୃଦ୍ଧି ପାଇଛି। ପ୍ରତିଦିନ ତାପମାତ୍ରା ବୃଦ୍ଧି ପାଇଚାଲିଛି। ରାଜ୍ୟରେ ୧୭ ଜିଲ୍ଲା ଉତ୍ତପ୍ତ ରହିଥିବା ବେଳେ ବାଲେଶ୍ବର ଏହି ତାଲିକାରେ ରହିଛି। ତେବେ ଆଗାମୀ ଦିନରେ ଆହୁରି ଗରମ ହେବା ସହିତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଜିଲ୍ଲା ପାଣିପାଗ ବିଭାଗ ଅଧିକାରୀ ମଦନମୋହନ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର