ବାଲେଶ୍ବର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର :  ଆସନ୍ତା ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଥିବା ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାଲେଶ୍ବର ସଦର ପାଇଁ ମମତା କୁଣ୍ଡୁଙ୍କୁ ଟିକେଟ ଦିଆଯାଇଥିବାବେଳେ ତିର୍ତ୍ତୋଲ ପାଇଁ ହିମାଂଶୁ ଭୂଷଣ ମଲ୍ଲିକଙ୍କ ନାଁ ଘୋଷଣା କରାଯାଇଛି ।

 

ଆଜି ବିଜେଡ଼ି ପକ୍ଷରୁ ମଧ୍ୟ ଏହି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ବାଲେଶ୍ବର ସଦର ପାଇଁ ସ୍ବରୂପ ନାୟକ ଓ ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ପୂର୍ବରୁ ବିଜେପି ଏହି ଦୁଇଟି ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି ।

ସମ୍ବନ୍ଧିତ ଖବର