କୋଭିଡ କଟକଣା ସହ ଅନୁଷ୍ଠିତ ହେବ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁଶୀଲ ଲୋହାନି ଏକ ସମୀକ୍ଷା ବୈଠକ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଯୋଗ ଦେଇଥିଲେ ।
ଏହି ଉପନିର୍ବାଚନ ସମୟରେ କୋଭିଡ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ନୋଡାଲ ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତ ପାଇଁ ନିଷ୍ପତ୍ତି ହୋଇଛି । ସେହିପରି କୋଭିଡ କଟକଣା ଦୃଷ୍ଟିରୁ ପ୍ରତି ବୁଥରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେଇପାରିବେ । ସଂକ୍ରମିତ ଓ ସଂଦିଗ୍ଧ ଭୋଟରଙ୍କୁ ଶେଷ ପର୍ଯ୍ୟାୟରେ ଭୋଟ ପାଇଁ ଅନୁମତି ଦିଆଯିବ ।

ବାଲେଶ୍ୱର ସଦରର ବିଜେପି ବିଧାୟକ ମଦନ ମୋହନ ଦତ୍ତ ଗତ ଜୁନ ୧୭ରେ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣ ଦାସ ଗତ ଜୁଲାଇ ୬ରେ ମୃତ୍ୟୁବରଣ କରିବା ପରେ ଏହି ଦୁଇଟି ଆସନ ଖାଲି ରହିଛି ।

ସମ୍ବନ୍ଧିତ ଖବର