ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥର ବିଲେଇ ଅଞ୍ଜର ଛକ ନିକଟ ଢାବା ସାମନାରେ ଗୁରୁବାର ରାତି ସାଢ଼େ ୧୧ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବଲେରୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି। ମୃତକମାନେ ହେଲେ କୋମନା ଥାନା ତରବୋଡ଼ ଗାଁର ଗଜେନ୍ଦ୍ର ଦଣ୍ଡସେନା ଓ ତାଙ୍କ ସ୍ତ୍ରୀ ସୁଦେଷ୍ଣା ଦଣ୍ଡସେନା। ଗୁରୁତର ଆହତମାନେ ହେଲେ ସେହି ଗାଁର ଦୁର୍ଲଭି ଦଣ୍ଡସେନା, ଜୟପ୍ରକାଶ, ଲୀଳାବତୀ ବାଗ, ଗିରିଧାରି ବାଗ, ରିଦ୍ଧି ବାଗ (ଶିଶୁ)। ରିଦ୍ଧି ଓ ଜୟପ୍ରକାଶଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କୋମନା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ଏମାନେ ସମସ୍ତେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରୁ ବଲେରୋରେ ଘରକୁ ଫେରୁଥିଲେ। ଉକ୍ତ ଢାବା ସାମନାରେ ଟ୍ରକଟି ଧକ୍କା ଦେବା ସହ ବଲେରୋକୁ କିଛି ଦୂର ଘୋଷାରି ନେଇଥିଲା। କୋମନା ଥାନା ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କରିଥିଲେ।
ବଲେରୋ-ଟ୍ରକ୍ ଧକ୍କା, ଦମ୍ପତି ମୃତ, ୫ ଗୁରୁତର
/sambad/media/post_attachments/wp-content/uploads/2020/12/dgj89gjd9gjg89j7d9gjd7j8d9gj7dg9898.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)