‘ମୋ ସ୍କୁଲ ଅଭିଯାନରେ’ ବାଲେଶ୍ବର ରାଜ୍ୟରେ ପ୍ରଥମ

ପାଣ୍ଠି ସଂଗ୍ରହରେ ଭୋଗରାଇ ବ୍ଲକ୍‌ ଜିଲ୍ଲାରେ ପ୍ରଥମ

ବାଲେଶ୍ବର: ମୋ ସ୍କୁଲ ଅଭିଯାନରେ ବାଲେଶ୍ବର ଜିଲ୍ଲା ରାଜ୍ୟର ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲାରୁ ମୋଟ ୩ କୋଟି ୩୨ ଲକ୍ଷ ୧୦ ହଜାର ୧୧୭ଟଙ୍କା ପାଣ୍ଠି ସଂଗ୍ରହ କରାଯାଇ ମୋ ସ୍କୁଲ ଅଭିଯାନରେ ଜମା କରାଯାଇଛି। ବାହାନଗା ବ୍ଲକରେ ୩ ଲକ୍ଷ ୪୯ ହଜାର ୭୧୦ ଟଙ୍କା, ବାଲିଆପାଳ ବ୍ଲକ ୧୪ ଲକ୍ଷ ୬୩ ହଜାର ୪୦୨ ଟଙ୍କା, ବସ୍ତା ବ୍ଲକ ୩୬ ଲକ୍ଷ ୬୬ ହଜାର ୯୯୯ ଟଙ୍କା, ଭୋଗରାଇ ବ୍ଲକ ୧ କୋଟି ୪୬ ଲକ୍ଷ ୯୧ହଜାର ୫୩୭ ଟଙ୍କା, ଜଳେଶ୍ବର ବ୍ଲକ ୨୧ ଲକ୍ଷ ୩୫ ହଜାର ୪୬୦ ଟଙ୍କା, ଖଇରା ବ୍ଲକ ୨୧ ଲକ୍ଷ ୯୦ ହଜାର ୪୩୬ ଟଙ୍କା, ନୀଳଗିରି ବ୍ଲକ ୧୧ ଲକ୍ଷ ୫୧ ହଜାର ୧୬୦ ଟଙ୍କା, ଔପଦା ବ୍ଲକ ୯ ଲକ୍ଷ ୧୭ ହଜାର ୧୪୮ ଟଙ୍କା, ରେମୁଣା ବ୍ଲକ ୨୧ ଲକ୍ଷ ୪୯ ହଜାର ୨୭୮ ଟଙ୍କା, ସଦର ବ୍ଲକ ୨୨ ଲକ୍ଷ ୨୩ ହଜାର ୮୮୧ ଟଙ୍କା, ସିମୁଳିଆ ବ୍ଲକ ୧୦ ଲକ୍ଷ ୧୪ ହଜାର ୫୧୧ ଟଙ୍କା ଏବଂ ସୋର ବ୍ଲକରୁ ୧୨ ଲକ୍ଷ ୬୭ ହଜାର ୫୯୫ ଟଙ୍କା ପାଣ୍ଠି ସଂଗ୍ରହ କରାଯାଇ ପୂର୍ବପରି ବାଲେଶ୍ବର ଜିଲ୍ଲାକୁ ୨୧ ତମ କାର୍ଯ୍ୟକାରୀ ପରିଷଦ ବୈଠକରେ ରାଜ୍ୟର ପ୍ରଥମ ସ୍ଥାନ ମାନ୍ୟତା ମିଳିଛି।

ବିଦ୍ୟାଳୟର ଉନ୍ନତୀକରଣ ନିମନ୍ତେ ଉକ୍ତ ଅର୍ଥରାଶିକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାସ୍ତରୀୟ ବୈଠକରେ ଅନୁମୋଦନ କରିଛନ୍ତି। ଜିଲ୍ଲାର ସମସ୍ତ ବିଦ୍ୟାଳୟ ସହ ଯୋଡ଼ି ହୋଇଥିବା ଦାତାବୃନ୍ଦ ତଥା ପୁରାତନ ଛାତ୍ର ଆଲୁମିନିଙ୍କର ମିଳିତ ଉଦ୍ୟମରେ ସଂଗୃହୀତ ହୋଇଥିବା ପାଣ୍ଠିକୁ ବିଦ୍ୟାଳୟର ଉନ୍ନତୀକରଣ ନିମନ୍ତେ ଖର୍ଚ୍ଚ କରାଯିବ। ଏହି ସଫଳତା ପାଇଁ ସମସ୍ତ ବିଇଓ, ଏବିଇଓ, ବିଆରସିସି, ସିଆରସିସି ଏବଂ ପ୍ରଧାନଶିକ୍ଷକ ତଥା ସମସ୍ତ ଦାତାବୃନ୍ଦକୁ ଧନ୍ୟବାଦ ଜ୍ଞାନ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି। ଏଥିସହ ଜିଲ୍ଲା ଶିକ୍ଷାଧିକାରୀ ଭୋଗରାଇ ବ୍ଲକର ବିଇଓ ଭଗିରଥୀ ଗିରି, ଏବିଇଓ ମିହିର କୁମାର ପ୍ରଧାନଙ୍କୁ ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ସେହିପରି ବାଲିଆପାଳ ବ୍ଲକର ବିଇଓ ନାରାୟଣ ଚନ୍ଦ୍ର ଦାସ, ଏବିଇଓ ଦୁଃଖୀଶ୍ୟାମ ଦାସଙ୍କୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର