ବାଲେଶ୍ବର: କି ସ‌ଂଯୋଗ ଏ ସଂଖ୍ୟାର! ଯେଉଁ ୧୪ ଦିନ ଧରି ସଂଘର୍ଷ କରିଥିଲେ ବାଲେଶ୍ବର ଫକୀର ମୋହନ କଲେଜ୍‌ର ଛାତ୍ରୀ; ସେହିପରି ୧୪ ତାରିଖ ଦିନ ହିଁ ବୁଜି ହୋଇଗଲା ତାଙ୍କ ଆଖି।

Advertisment

ଆମେ କହୁଛୁ ବାଲେଶ୍ବର ଏଫ୍‌ଏମ୍‌ କଲେଜ୍‌ର ପୀଡ଼ିତାଙ୍କ ବିଷୟରେ। ସେ ଜୁଲାଇ ୧ ତାରିଖରେ ନିଜ ସମସ୍ୟାକୁ ନେଇ ସ୍ବର ଉଠାଇଥିଲେ। ସେ ଜୁଲାଇ ୧ରୁ ନେଇ ଲଢ଼ିବା ଜାରି ରଖିଥିଲେ। ଜୁଲାଇ ୧୨ ତାରିଖ ଦିନ ଅତିଶୟ ହେବାରୁ ନିଜ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ ସେ। ତା’ପରେ ତାଙ୍କୁ ଏମ୍ସରେ ଚିକିତ୍ସା କରାଯାଉଥିଲା। ମାତ୍ର ଦୁର୍ଭାଗ୍ୟକୁ ଜୁଲାଇ ୧୪ ତାରିଖ ମଧ୍ୟରାତ୍ରରେ ସେ ଆଖି ବୁଜିଲେ।

ଜୁନ ୩୦ରେ ପ୍ରିନ୍ସିପାଲଙ୍କ ଚାମ୍ବରରେ ଆଲୋଚନା ହେଲା । ଏଥିସହ ଜୁଲାଇ ୧ରେ ସୋସିଆଲ ମିଡିଆରେ ଏ ବାବଦରେ ପୋଷ୍ଟ କଲେ । ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ସାଂସଦ, ବିଧାୟକ ସମସ୍ତଙ୍କୁ ଟ୍ୟାଗ କରିଥିଲେ, ଜୁଲାଇ ୨ରେ ଆତ୍ମାହୁତି ଧମକ ଦେଇଥିଲେ । ହେଲେ କେହି ଶୁଣି ନଥିଲେ ବରଂ ଓଲଟି ତାଙ୍କୁ ଚାପ ପକାଇଥିଲେ ଅଭିଯୋଗ ଉଠାଇ ନେବାକୁ । ଜଣେ ସୈତାନକୁ ଶାସ୍ତି ନଦେଇ ଯେତେବେଳେ ଜଣେ ନିରୀହ ଝିଅକୁ ମାନସିକ ନିର୍ଯାତନା ଦିଆଗଲା ସେତେବେଳେ ବାଧ୍ଯହୋଇ  ଜୁଲାଇ ୧୨ ତାରିଖରେ ପ୍ରିନ୍ସିପାଲ ଚାମ୍ବର ଆଗରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ସୌମ୍ୟାଶ୍ରୀ । ୧୨ ତାରିଖ ସଞ୍ଜରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏମ୍ସ ସ୍ଥାନାନ୍ତର କରାଗଲା ଆଉ ୬୦ ଘଣ୍ଟାର ସଂଘର୍ଷ ପରେ ଶେଷରେ ୧୪ ତାରିଖ ରାତି ୧୧.୪୬ରେ ଆଖି ବୁଜିଲେ ସୌମ୍ୟାଶ୍ରୀ ।