ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବୁଧବାର ପକ୍ଷୀ ଗଣନା ଶେଷ ହୋଇଛି। ନୀଳଗିରି ରେଞ୍ଜର ପଦ୍ମତୋଳା ୱେଟ୍ ଲ୍ୟାଣ୍ଡ, କୁଲଡ଼ିହା ରେଞ୍ଜର ବଗାଳି ବନ୍ଧ, ଋଷିଆ, ଖୁମକୁଟ୍ ଓ ସାତଘାଟି, ଚାନ୍ଦିପୁର ରେଞ୍ଜର ଆଇଟିଆର୍ କ୍ୟାମ୍ପସ୍, ବୁଢ଼ାବଳଙ୍ଗ ନଦୀ ମୁହାଣ, ବାହାବଳପୁର ନଦୀ ମୁହାଣ, କଣ୍ଟିଆଚିରା ନଦୀ ମୁହାଣ ଓ ରୂପଖଣ୍ଡ, ଜଳେଶ୍ବର ରେଞ୍ଜର ତାଳସାରୀ, ମୁରଲିଚୁଡ଼ା, ସୁବର୍ଣ୍ଣରେଖା ନଦୀ ମୁହାଣ, ସୋର ରେଞ୍ଜର ସିନ୍ଧୁଆ ଓ ଶୋଳଭଉଣୀରେ ପକ୍ଷୀ ଗଣନା ବିଭାଗୀୟ ରେଞ୍ଜ ଅଧିକାରୀଙ୍କ ତତ୍ତ୍ବାବଧାନରେ ସଂପନ୍ନ ହୋଇଛି।
ପକ୍ଷୀଗଣନା ପାଇଁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ସକାଳ ୬ଟାରୁ ଗଣନା ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା। ପ୍ରତିବର୍ଷ ବିଭିନ୍ନ ଅଞ୍ଚଳରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ବାଲେଶ୍ବରକୁ ଉଡ଼ି ଆସିଥାନ୍ତି ବିଭିନ୍ନ ପ୍ରଜାତିର ପକ୍ଷୀ। ଦୁଇଦିନ ପରେ ବନ୍ୟପ୍ରାଣୀ ବିଭାଗ ପକ୍ଷୀଗଣନା ରିପୋର୍ଟ ସାର୍ବଜନୀନ କରିବ ବୋଲି ଜଣାପଡ଼ିଛି। ସୂଚନାଥାଉକି, ଗତବର୍ଷ ବାଲେଶ୍ବରକୁ ୧୪ ହଜାର ୧୫୫ ବର୍ହିରାଗତ ପକ୍ଷୀ ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/15-4.jpg)