ବାଲେଶ୍ବର: ଆଜି ସକାଳୁ ସକାଳୁ ଯେତେବେଳେ ଭୁବନେଶ୍ବର ଏମ୍ସରୁ ଯାଇ ବାଲେଶ୍ବରରେ ପହଞ୍ଚିଥିଲା ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତଦେହ ଠିକ୍ ସେତେବେଳେ ବାଲେଶ୍ବରରେ ଜୋରଦାର ବର୍ଷା ହେଉଥିଲା । ପ୍ରବଳ ବର୍ଷାରେ ତମାମ ନେତା ଓ ଲୋକେ ସହରରେ ସୌମ୍ୟାଶ୍ରୀଙ୍କ ମଶରୀରରେ ଶ୍ରଦ୍ଧାଞ୍ଜଳି ଦେବାକୁ ଆମ୍ବୁଲାନ୍ସ ଅଟକାଇଥିଲେ ଆଉ ତାଙ୍କ ମରଶରୀରକୁ ତାଙ୍କ ପୈତୃକ ଗାଁକୁ ନେବା ଯାଏଁ ବି ବର୍ଷା ହେଉଥିଲା । ଯାହାର ଦୃଶ୍ୟ ସାମ୍ନାକୁ ଆସିଛି । ହୁଏତ ଏହି ବର୍ଷା ମୌସୁମୀ ଜନିତ ମାତ୍ର କିଏ କହିବ ଯେଉଁ ମାଟିରେ ଝିଅଟି ପଢିଥିଲା, ଯେଉଁ ମାଟିରେ ଝିଅଟି ଜଳିଥିଲା ସେ ମାଟି ଦେଇ ଯେତେବେଳେ ତା ମୃତଦେହ ଯାଉଛି ହୁଏତେ ମନଦୁଃଖରେ ଆଜି ଧୂମ କାନ୍ଦୁଥାଇ ପାରେ ଏଫଏମ୍ କଲେଜ ଉପରର ଆକାଶ ।

Advertisment

New Project (15)

ଆଜି କାନ୍ଦୁଥିବେ ବି ବ୍ୟାସେ, କାନ୍ଦୁଥିବ ପୁଣି କଲେଜ । ଯେଉଁ କଲେଜ ଆଗରେ ନ୍ୟାୟ ପାଇଁ ନିଆଁ ଜାଳି ଆଜି ଜୀବନ ହାରିଦେଲେ ସୌମ୍ୟାଶ୍ରୀ ସେହି କଲେଜ କ୍ୟାମ୍ପସ ଆଜି ତାଙ୍କୁ ଝୁରୁଥିବ । ତାଙ୍କ ସହ କରାଯାଇଥିବା ଅନ୍ୟାୟକୁ ଦେଖିଥିବେ ବ୍ୟାସେ ଆଉ ସୌମ୍ୟାଶ୍ରୀଙ୍କ ସହ ହୋଇଥିବା ଷଡଯନ୍ତ୍ରକୁ ସବୁ ଶୁଣିଥିବ ସାଇନ୍ସ ବ୍ଲକ, ନିଆଁ ଲଗାର ଛାତିଥରା ଦୃଶ୍ୟକୁ ଜଳଜଳ କରି ଦେଖିଥିବ ଜିସିଆର.. ହୁଏତ ସେମାନେ ନିର୍ଜୀବ ହୋଇପାରନ୍ତି ତଥାପି ସେମାନଙ୍କ ଆଖିରୁ ଲୁହ ଗଡିଥିବ, ଝିଅକୁ ନ୍ୟାୟ ମିଳୁ ଝିଅ ବଞ୍ଚିଯାଉ ଭୋଲି ସେମାନେ ଭାବିଥିବେ ହେଲେ ଏ କଲେଜ କର୍ତ୍ତୃପକ୍ଷ ଆଉ ସୈତାନ ସାରେ କିନ୍ତୁ ପଶୁ ଭଳି କାମ କଲେ । ଯାହାର ସବୁ ସାକ୍ଷୀ ସେ କଲେଜ କ୍ୟାମ୍ପସ । 

ସେପଟେ ପୈତୃକ ଗାଁରେ ସରିଲା ସୌମ୍ୟାଶ୍ରୀଙ୍କ ଅନ୍ତିମ ସଂସ୍କାର । ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କର ଅନ୍ତିମ ସଂସ୍କାର ନିଜ ଜନ୍ମମାଟି ପଳାସିଆରେ ସଂପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛନ୍ତି ସୌମ୍ୟାଶ୍ରୀ ବିଶି। ଅଶ୍ରୁଳ ବିଦାୟ ଦେଲେ ହଜାର ହଜାର ଲୋକ। ପାର୍ଥିବ ଶରୀର ପହଞ୍ଚିବା ପରେ ଗାଁରେ ସଂକୀର୍ତ୍ତନ କରାଯାଇଥିଲା। ଖଣ୍ଡମଣ୍ଡଳର ଲୋକ ରୁଣ୍ଡ ହୋଇଥିଲେ ସୌମ୍ୟାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାଥିଲେ । ଝିଅର ଦେହାନ୍ତରେ ଭାଙ୍ଗିପଡ଼ିଛି ପୂରା ପରିବାର । ଛାତିପିଟି କାନ୍ଦୁଛି ଜେଜେ ମା', ପାଗଳି ପ୍ରାୟ ହୋଇଯାଇଛି ଜନ୍ମକଲା ମା', ବାପାଙ୍କ କଥା ତ ନକହିଲେ ଭଲ । ବଢ଼ିଲା ଝିଅକୁ ହରାଇ ବାପା ମୁକ ପାଲଟିଯାଇଛନ୍ତି । ଭଉଣୀକୁ ଝୁରି ଝୁରି କାନ୍ଦୁଛି ଭାଇ... ଏହି ଛାତିଫଟା ଦୃଶ୍ୟ ଯିଏ ବି ଦେଖୁଛି ତା' ଆଖିରେ ଲୁହ ବହିଆସୁଛି । ମା'କୁ ବୁଝାଇବା ପାଇଁ ପାଖରେ ଅନ୍ୟ ପରିବାର ସଦସ୍ୟ ଅଛନ୍ତି ସତ କିନ୍ତୁ ମା' ମନକୁ କିଏ ବା ବୁଝାଇବ... ସେ ଏବେ ବି ବିଶ୍ବାସ କରିପାରୁନି ତା ଝିଅ ଆଉଁ ଏ ଦୁନିଆରେ ନାହିଁ ।

ଅଧିକ ପଢନ୍ତୁ-

ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା