ବାଲେଶ୍ବର: ବାଲେଶ୍ବର ହାବିଲଦାର ଓ କନ୍ଷ୍ଟେବଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ କନ୍ଷ୍ଟେବଲ ଶ୍ରୀକାନ୍ତ ଷଡ଼ଙ୍ଗୀ ଓ ସମ୍ପାଦକ ଭାବେ ସୁଶାନ୍ତ କୁମାର ପଣ୍ଡାଙ୍କୁ ପୁଣିଥରେ ନିର୍ବାଚିତ ହୋଇଛନ୍ତି। ଲଗାତର ଭାବେ ଷଷ୍ଠଥର ଶ୍ରୀ ଷଡ଼ଙ୍ଗୀ ଓ ଶ୍ରୀ ପଣ୍ଡା ଏହି ପଦରେ ନିର୍ବାଚିତ ହୋଇ ସାରିଥିବା ବେଳେ ଚଳିତ ଥର ପୁଣି ତାଙ୍କୁ ସଂଘ ପକ୍ଷରୁ ନିର୍ବାଚିତ କରାଯାଇଥିବାରୁ ଦୁହେଁ ଜିଲ୍ଲାର ସମସ୍ତ ହାବିଲଦାର ଓ କନ୍ଷ୍ଟେବଲଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ସଂଘର ଉପସଭାପତି ଭାବେ କନ୍ଷ୍ଟେବଲ ଦୀପକ କୁମାର ପରିଡ଼ା, ଯୁଗ୍ମ ସଂପାଦକ ଭାବେ କନ୍ଷ୍ଟେବଲ କହ୍ନେଇ ଟୁଡୁ ଓ କୋଷାଧ୍ୟକ୍ଷ ଭାବେ କନ୍ଷ୍ଟେବଲ ଶ୍ରୀନାଥ ସାହୁ ନିର୍ବାଚିତ ହୋଇଥିବା ବେଳେ ହାବିଲଦାର ଚିତ୍ତରଂଜନ ପୃଷ୍ଟି, କନ୍ଷ୍ଟେବଲ ପ୍ରେମନାଥ ସାମଲ, ରଂଜନ କୁମାର ଦେହୁରୀ, କନ୍ଷ୍ଟେବଲ ରତିକାନ୍ତ ନାୟକ, କନ୍ଷ୍ଟେବଲ ସନ୍ତୋଷ କୁମାର ମହାନ୍ତି, ଦୀନେଶ ଷେଣ୍ଢ, କନ୍ଷ୍ଟେବଲ ଶରତ କୁମାର ମଲ୍ଲିକ, କନ୍ଷ୍ଟେବଲ ସନ୍ତୋଷ କୁମାର ଶଙ୍ଖୁଆଳ, କନ୍ଷ୍ଟେବଲ ସିଦ୍ଧେଶ୍ବର ସାହୁ ଓ କନ୍ଷ୍ଟେବଲ ସୁବାଷ ମାରାଣ୍ଡି ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ସଂଘର ଏହି ନିର୍ବାଚନରେ ସଭାପତି ପଦରେ କନ୍ଷ୍ଟେବଲ ମାନସ କୁମାର ପାଣିଗ୍ରାହୀ, ଉପସଭାପତି ପଦରେ ଈଶ୍ବର ପ୍ରସାଦ ସିଂ, ସମ୍ପାଦକ ପଦରେ ଶଶାଙ୍କ ଶେଖର ଭୋଳ, ଯୁଗ୍ମ ସମ୍ପାଦକ ପଦରେ ଅବଦୁଲ ମତଲିବ୍ ଖାନ୍ ଓ କୋଷାଧ୍ୟକ୍ଷ ପଦରେ ଦେବେନ୍ଦ୍ର ସେଠୀ ପ୍ରତିଦ୍ବନ୍ଦିତା କରୁଥିଲେ।ଜିଲ୍ଲାରେ ସମୁଦାୟ ୯୩୩ ଜଣ ହାବିଲଦାର-କନ୍ଷ୍ଟେବଲଙ୍କୁ ନେଇ ସଂଘ ପକ୍ଷରୁ ହୋଇଥିବା ଏହି ନିର୍ବାଚନରେ ୯୦୦ଟି ମତଦାନ ବୈଧ ଥିବାବେେଳ ୩୩ଟି ଅବୈଧ ଘୋଷିତ ହୋଇଥିଲା। ଗତକାଲି ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆସିଷ୍ଟାଣ୍ଟ୍ କମାଣ୍ଡାଣ୍ଟ୍ ପ୍ରମୋଦ କୁମାର ସାହାଣୀ ନିର୍ବାଚନ ଅଧିକାରୀ ଭାବରେ ନିୟୋଜିତ ହୋଇଥିଲେ ।
ବାଲେଶ୍ବର ହାବିଲଦାର-କନ୍ଷ୍ଟେବଲ ସଂଘ ନିର୍ବାଚନ, ଶ୍ରୀକାନ୍ତ ଓ ସୁଶାନ୍ତଙ୍କୁ ପୁଣି ମିଳିଲା ଦାୟିତ୍ବ
/sambad/media/post_attachments/wp-content/uploads/2019/12/68dg57h98d7h98dg7h89df7hfhddddddddddddd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)