ଇତିହାସ ପୃଷ୍ଠାରେ ନିଜର ପରିଚୟକୁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିଛି କଟକ ବାଲିଯାତ୍ରା: ମନ୍ତ୍ରୀ

ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟିତ

କଟକ: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି। କଟକରେ ଐତିହାସିକ ବାଲିଯାତ୍ରା ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ନୌବାଣିଜ୍ୟ ପରଂପରାର ପ୍ରତୀକ ‘ବାଲିଯାତ୍ରା’କୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଇତିହାସ ପୃଷ୍ଠାରେ ନିଜର ପରିଚୟକୁ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିଥିବା କଟକ ସହର ର ଏହା ହେଉଛି ଏକ ବଡ଼ ଐତିହ ବୋଲି ଶ୍ରୀ ଅମାତ କହିଛନ୍ତି।

ପୂର୍ବରୁ ଏହି ମହାନଦୀ ମଧ୍ୟ ଦେଇ ବୋଇତ ସାହାଯ୍ୟରେ ସାଧବ ପୁଅମାନେ ଜାଭା ସୁମାତ୍ରା ଓ ବର୍ଣ୍ଣିଓ, ଇଣ୍ଡୋନେସିଆ ବାଣିଜ୍ୟ କରିବା ପାଇଁ ଯାଉଥିଲା। ସେବେଠୁ ଏହି ବାଲିଯାତ୍ରା ପରମ୍ପରା ରହି ଆସିଛି। ତେବେ ବର୍ତ୍ତମାନର ବାଲିଯାତ୍ରା ରାଜ୍ୟସ୍ତରୀୟ ହୋଇଛି ଆଗମୀ ଦିନରେ ଏହାକୁ ଜାତୀୟ ସ୍ତରୀୟ ମାନ୍ୟତା ମିଳିବା ନେଇ ସମସ୍ତ ପ୍ରଚେଷ୍ଟା ଜାରି ରହିଛି। ଏହାଛଡ଼ା ଏହି ବାଲିଯାତ୍ରା ୧୦୦୦ ବର୍ଷ ସହରର ଏକ ସ୍ୱତନ୍ତ୍ର ପରିଚୟ ବୋଲି ସେ କହିଛନ୍ତି।

ଉଦ୍‌ଘାଟନୀ ଅବସରରେ କଟକ ମେୟର ସୁବାସ ସିଂ ଓ ସାଂସଦ ଭତୃହରି ମହତାବ, ରାଜଶ୍ରୀ ମଲ୍ଲିକ ଓ ରାଜ୍ୟ କୃଷି ଓ ପଶୁ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଉପସ୍ଥିତ ଥିଲେ।

କୋଭିଡ-୧୯ କାରଣରୁ ୨୦୨୦ ଓ ୨୦୨୧ ମସିହାରେ ବାଲିଯାତ୍ରାର ଆୟୋଜନ ହୋଇପାରି ନ ଥିଲା। ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଏହା ଆୟୋଜିତ ହୋଇଥିବାରୁ ବାଲିଯାତ୍ରା ପଡ଼ିଆ ଚଳଚଞ୍ଚଳ ହୋଇ ଉଠିଛି। ଚଳିତବର୍ଷ ଷ୍ଟଲ ବୁଲି କିଣା ବିକା କରିବା ସହ ବହୁ ମନୋରଞ୍ଜନ କାର୍ଯ୍ୟକ୍ରମ କରିଛି ନେଇ ବ୍ୟାପକ ବ୍ୟବସ୍ଥା ଜିଲ୍ଲାପ୍ରଶାସନ ପକ୍ଷରୁ କରାଯାଇଛି।

ଅନ୍ୟପଟେ ବାଲିଯାତ୍ରା ପାଇଁ କଡାସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୁଲିସ। ବାଲିଯାତ୍ରାରେ ସୁରକ୍ଷା ପାଇ ମୁତୟନ ହେବେ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସ। ବାଲିଯାତ୍ରାରେ ନୂଆ କରି ବାଲିଯାତ୍ରା ମହାନଦୀରେ ଲେଜର ଲାଇଟ ‌ସୋ ବା ଲାଇଟ ଆଣ୍ଡ ସାଉଣ୍ଡ, ‘କଟକ ଇନ କଟକ’ ପାଭେଲିୟନ ପରିକଳ୍ପନା କରାଯାଇଛି। ସବୁଜ ବଳୟ ଭିତରେ ବସି ବିଭିନ୍ନ ରଙ୍ଗୀନ ଆଲୋକ ଓ ଭାଇଚାରର ପ୍ରତୀକ ମନ୍ଦିର ମସଜିଦ ଗୁରୁଦ୍ଵାର ସବୁ ଦେଖିବାକୁ ମିଳୁଛି। ଏଥିସହ ବାଲୁକା କଳା ଓ ସହରର ବିଭିନ୍ନ ପ୍ରତିଷ୍ଠିତ ସ୍ଥାନ ତଥା ଚଣ୍ଡୀ ମନ୍ଦିର, ରେଳଷ୍ଟେସନ, ହାଇକୋର୍ଟ ଭଳି ସ୍ଥାନ ଆକୃତିର ଗେଟ ଦେଖିବାକୁ ମିଳିଛି। ବାଲିଯାତ୍ରାକୁ ଲକ୍ଷାଧିକ ଦର୍ଶକ ଓ ଗ୍ରାହକଙ୍କୁ ଦୃଷ୍ଟିରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର