ବାଲିଆ ବାଣ ବିସ୍ଫୋରଣ ଘଟଣା: ଆଇସିୟୁରେ ୧୦, ଭେଣ୍ଟିଲେଟରରେ ୩

କାଳ ହେଲା ପଟିଲି ତିଆରି ନଳ! ୫ ଜଣଙ୍କ ଅବସ୍ଥା ଅତିସଙ୍କଟାପନ୍ନ

କେନ୍ଦ୍ରାପଡ଼ା/ କଟକ: କେନ୍ଦ୍ରାପଡ଼ା ବାଲିଆ ବଜାର ବାଣ ବିସ୍ଫୋରଣ ଘଟଣାରେ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ଆହତଙ୍କ ସ˚ଖ୍ୟା ୩୪ରେ ପହଞ୍ଚିଛି। ସେମାନଙ୍କ ମଧୢରୁ ୧୦ ଜଣଙ୍କ ଅବସ୍ଥା ସ˚କଟାପନ୍ନ ଥିବାରୁ ସମସ୍ତଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ବୋଲି କୁହାଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଏବେ ଭେଣ୍ଟିଲେଟରରେ ଅଛନ୍ତି। ଅନ୍ୟ ଆହତମାନଙ୍କୁ ସର୍ଜରି ବିଭାଗରେ ଚିକିତ୍ସା କରାଯାଉଥିବା ଏସ୍‌ସିବି ମେଡିକାଲ ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଆହତଙ୍କ ମଧ୍ୟରେ ୩ଜଣ ଛୋଟ ପିଲା ରହିଥିବା ବେଳେ ୩ଜଣ ମହିଳା ଓ ଜଣେ ବାଣୁଆ ରହିଛନ୍ତି। ଆହତ ମାନଙ୍କ ଚିକିତ୍ସା ପାଇଁ ଏସ୍‌ସିବିରେ ସର୍ଜରି ଓ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗ ଡାକ୍ତରଙ୍କୁ ନେଇ ୧୦ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି।

ବର୍ଣ୍ଣ ଆଇସିୟୁରେ ଥିବା ସାଲେପୁରର ଉଦୟ ଭୋଇ(୪୫)ଙ୍କ ଶରୀରର ୯୦ ପ୍ରତିଶତ ପୋଡିଥିବା ବେଳେ ଯାଜପୁରର ଶେଖ୍‌ ମାରୁଫ୍‌(୪୫)ଙ୍କର ୮୦ପ୍ରତିଶତ, ପିଣ୍ଟୁ ଖାନ୍‌(୨୫)ଙ୍କ ୭୦ ପ୍ରତିଶତ ‌ଶରୀର ବିସ୍ପୋରଣରେ ପୋଡ଼ିଯାଇଥିବାରୁ ତିନିଜଣଙ୍କୁ ବର୍ଣ୍ଣ ଆଇସିୟୁର ଭେଣ୍ଟିଲେଟରରେ ରଖାଯାଇଛି।
ଗତକାଲି ରାତିରେ କାର୍ତ୍ତିକେଶ୍ବର ଭସାଣି ବେଳେ ଏତେ ବଡ଼ ଦୁର୍ଘଟଣା କିଭଳି ଆଉ କେଉଁ ପରିସ୍ଥିତିରେ ଘଟିଲା, ତାହାକୁ ନେଇ ଘଣ୍ଟାଚକଟା ଆରମ୍ଭ ହୋଇଛି। ଏହି ବାଣ ପ୍ରତିଯୋଗିତା ପାଇଁ କିଏ ଅନୁମତି ଦେଲା ଏବଂ କିଭଳି ଏ ଘଟଣା ଘଟିଲା ତାହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମେୟର ସୁବାସ ସିଂହ ଦାବି କରିଛନ୍ତି। ପୁଲିସ ଆଇଜି ନରସି˚ହ ଭୋଳ ଆଜି ଏସ୍‌ପିଙ୍କ ସହିତ ବିସ୍ଫୋରଣ ସ୍ଥଳକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ବି ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିବା ସହିତ ବ୍ୟବହୃତ ବାଣର ପୋଡ଼ା ସୁତୁଲି, ପଟିଲିରେ ତିଆରି ନଳ ସ˚ଗ୍ରହ କରିଛି। ଏହି ପଟିଲିରେ ତିଆରି ନଳ ଯୋଗୁଁ ହିଁ ବାଣ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଫୁଟିଲା ବେଳେ ଏହି ନଳ ଗୋଟିଏ ତଳମୁହାଁ ହୋଇପଡ଼ିବା ସହିତ ଆକାଶକୁ ଉଠିବା ପରିବର୍ତ୍ତେ ତଳେ ଯାଇ ଲୋକଙ୍କ ମେଳରେ ଫୁଟି ଯାଇଥିଲା। ଯେଉଁଠି ଫୁଟିଥିଲା, ସେଠି ବସ୍ତାରେ ଅନ୍ୟ ବାଣ ରଖାଯାଇଥିଲା। ତେଣୁ ନିଆଁ ସ˚ଯୋଗ ହୋଇ ଅନ୍ୟ ବାଣ ଫୁଟିଯିବାରୁ ଏତେ ସ˚ଖ୍ୟକ ଲୋକ ଆହତ ହେଲେ ବୋଲି କୁହାଯାଉଛି।

ରାତି ପ୍ରାୟ ସାଢେ଼ ୯ଟା ବେଳେ ଏହି ଅଘଟଣ ଘଟିବା ପରେ ପ୍ରଥମେ ଆହତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବିଳମ୍ବିତ ରାତିରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଭେଣ୍ଟିଲେଟରରେ ଥିବା ୩ ଆହତଙ୍କ ବ୍ୟତୀତ ଏବେ ଆଇସିୟୁରେ ପୋଇଲ ଗାଁର ପ୍ରାଣକୃଷ୍ଣ ବେଜ୍‌(୭୪), ହିମା˚ଶୁ ଶେଖର ବେହେରା(୨୧), ସାନଗାଁର ମହେଶ ଲେଙ୍କା(୧୪), ବଳରାମ ମହାରଣା(୪୫), ପାଟକୁରାର କାଳନ୍ଦୀ ଚରଣ ସାହୁ(୪୪), ନିଆଳିର ସରୋଜ କୁମାର ଭଟ୍ଟ(୩୬), ବାଲିଆର ସୁଜଲ୍‌ ସୌମ୍ୟଦର୍ଶୀ ବାରିକ(୧୨) ଚିକିତ୍ସିତ ହେଉଛନ୍ତି। ସେହିପରି ଚିନ୍ମୟ ପ୍ରିୟଦର୍ଶିନୀ ପ୍ରଧାନ, ସ˚ଗୀତା ସାହୁ, ରଶ୍ମିତା ଦାସ, ଆଦିତ୍ୟ ସୂତାର, ଓମପ୍ରକାଶ ମହାରଣା, ଅକ୍ଷୟ ଦାସ, ବଳରାମ ରାଉତ, ଅଭିମନ୍ୟୁ ମଲ୍ଲିକ, ଦୁର୍ଲଭ ସ୍ବାଇଁ, ଗଗନ ମଲ୍ଲିକ, ହୃଷିକେଶ ମହାରଣା, ମନୋଜ ବେଜ, ଅମୀୟ ର˚ଜନ ଦାସ, ଭ˚ଜକିଶୋର ନାୟକ, ଉମାକାନ୍ତ ବାରିକ, ବରଦା ପ୍ରସାଦ ସାହୁ, ଉମାକାନ୍ତ ସାହୁ, ରମେଶ ଚନ୍ଦ୍ର ଲେଙ୍କା, ହୃଷିକେଶ ଜେନା, କୁଞ୍ଜବିହାରୀ ଜେନା, ଭାବଗ୍ରାହୀ ଜେନା, ଚିତ୍ରସେନ ମଲ୍ଲିକ, ଦେବେନ୍ଦ୍ର ମଲ୍ଲିକ ଏବ˚ ନିତ୍ୟାନନ୍ଦ ବେହେରା ପ୍ରମୁଖ ସର୍ଜରୀ ଵାର୍ଡରେ ଚିକିତ୍ସିତ ହେଉଛନ୍ତି। କେବଳ ନିତ୍ୟାନନ୍ଦଙ୍କୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ କେନ୍ଦ୍ରାପଡ଼ା ହସ୍ପିଟାଲ୍‌କୁ ରେଫର‌୍‌ ହୋଇ ଆସିଛନ୍ତି। ନିତ୍ୟାନନ୍ଦ ଗତକାଲି ବାଲିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ଆଜି ସିଧାସଳଖ କଟକ ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମେୟର ସୁବାସ ସିଂହ, ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା, ପୂର୍ବତନ ବିଧାୟକ ଅ˚ଶୁମାନ ମହାନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାନେତ୍ରୀ ଗୀତାଞ୍ଜଳି ସେଠୀ, ବିଜେଡି ନେତା ରାଜେଶ ପଣ୍ତା ପ୍ରମୁଖ ଆହତ ମାନଙ୍କୁ ଭେଟିବା ସହ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସେମାନେ ଆହତଙ୍କ ପରିବାର ଲୋକଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ବି ଆହତଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବ˚ ପୁଲିସ ଡିଏସ୍‌ପି ବଡ଼ ମେଡିକାଲ୍‌ରେ ପହଞ୍ଚି ଆଇସିୟୁରେ ଥିବା ଗୁରୁତରଙ୍କୁ ୨୦ହଜାର ଟଙ୍କା ଏବ˚ ଵାର୍ଡରେ ଥିବା ଆହତଙ୍କୁ ୧୦ହଜାର ଟଙ୍କା ଲେଖାଏ ଆର୍ଥିକ ରାଶି ରେଡକ୍ରସ୍‌ ପାଣ୍ଠିରୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର