କଟକ : ଏସ୍ସିବି ମେଡିକାଲ୍ରେ ଚିକିତ୍ସିତ ହେଉଥିବା ଜଗା-ବଳିଆ ମଧ୍ୟରୁ ବଳିଆର ଅବସ୍ଥା ଶନିବାର ସ୍ଥିର ରହିଛି। ଯଦିଓ ନିମୋନିଆ ସହ ଫୁସ୍ଫୁସ୍ ସ˚କ୍ରମଣ ହୋଇଛି, କିନ୍ତୁ ଆଣ୍ଟିବାୟୋଟିକ୍ ମଧ୍ୟ ଚାଲୁ ରଖାଯାଇଛି। ଫଳରେ ସ˚କ୍ରମଣ ବ୍ୟାପିବା ଅପେକ୍ଷା ସ୍ଥିର ରହିଥିବା ବେଳେ ଧୀରେ ଧୀରେ ଏହା କମିଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ତେବେ ଦିଲ୍ଲୀ ଏମ୍ସରେ ରହୁଥିବାବେଳେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ଦୀପକ ଗୁପ୍ତା ଓ ଡାକ୍ତର ଲୋଧାଙ୍କ ସହ ଏସ୍ସିବିର ଡାକ୍ତରୀ ଦଳ ଭିଡିଓ କନ୍ଫରେନ୍ସି˚ରେ ଚିକିତ୍ସା ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ରବିବାର ବଳିଆର କିଛି ରକ୍ତ ପରୀକ୍ଷା ଏବ˚ ଛାତିରେ ଏକ୍ସ-ରେ କରାଯାଇ ନିମୋନିଆ ସ୍ଥିତି ସ˚ପର୍କରେ ତର୍ଜମା କରାଯିବ ବୋଲି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି। ଯଦି ନିହାତି ଆବଶ୍ୟକ ହୁଏ, ତା’ହେଲେ ଦିଲ୍ଲୀରେ ଚିକିତ୍ସା କରିଥିବା ଡାକ୍ତରୀ ଦଳଙ୍କ ମଧ୍ୟରୁ ଜଣେ ପ୍ରତ୍ୟେକ ଦିନ ଭିଡିଓ କନ୍ଫରେନ୍ସି˚ରେ ବଳିଆର ଚିକିତ୍ସା କରିପାରିବେ ବୋଲି ସୂଚନା ଦିଆଯାଇଛି। ଦିଲ୍ଲୀରୁ ଡାକ୍ତରୀ ଦଳକୁ ଏସ୍ସିବିକୁ ଆଣିବାକୁ ଅନୁରୋଧ କରାଯାଇଥିଲେ ବି କେତେକ ସମସ୍ୟା ଯୋଗୁଁ ସେମାନେ ଓଡ଼ିଶା ଆସିପାରିବେନି ବୋଲି କହିଥିଲେ। ତେଣୁ ଭିଡିଓ କନ୍ଫରେନ୍ସି˚ ହିଁ ଚିକିତ୍ସାର ଏକମାତ୍ର ମାଧ୍ୟମ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ବଳିଆର ଭେଣ୍ଟିଲେଟର ସେଟ୍ଅପରେ ଆଜି ପରିବର୍ତ୍ତନ କରାଯାଇଥିବା ଡାକ୍ତରୀ ଦଳ ଅଧ୍ୟକ୍ଷ ପ୍ରଫେସର ସୁଧା˚ଶୁ ଶେଖର ମିଶ୍ର କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp