ଭୁବନେଶ୍ୱର/ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ନୂଆଦିଲ୍ଲୀର ଏମସ୍ରେ ବିରଳ ଅପରେସନ ପରେ ସଫଳତାର ସହ ଅଲଗା କରାଯାଇଛି। ତେବେ ଅପରେସନ୍ ପରେ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଥିବା ବେଳେ ବଳିଆର ସ୍ୱାସ୍ଥ୍ୟାବସ୍ଥାରେ ଉଲ୍ଳେଖନୀୟ ଅଗ୍ରଗତି ଆସିନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ସୂଚନା ଦେଇଛନ୍ତି।
/sambad/media/post_attachments/wp-content/uploads/2017/11/Pratap-Jena.jpg)
ଏମସ୍ରେ ଚିକିତ୍ସିତ ହେଉଥିବା ବଳିଆକୁ ଫିଡ୍ସ ମାରୁଛି ଏବଂ ଏଥିପାଇଁ ତାକୁ ଘନଘନ ଔଷଧ ଦିଆଯାଉଛି। ଔଷଧ ପ୍ରଭାବରେ ଅଧିକାଂଶ ସମୟରେ ବଳିଆ ଶୋଇ ରହୁଛି, ନ ହେଲେ ଘୁମୋଉଛି । ଜଗା ଭାତ, ଡାଲି ଓ ପନିର ଭଳି ଖାଦ୍ୟ ସହଜରେ ଖାଇ ପାରୁଛି । ଉଭୟଙ୍କ ଉପରେ ଡାକ୍ତରମାନେ ନଜର ରଖିଛନ୍ତି ଓ ନିୟମିତ ଭାବେ ଜଗା ଓ ବଳିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ସହଯୋଗ ଯୋଗାଇ ଦେବା କଥା ଯୋଗାଇ ଦିଆଯାଉଛି। ଆଗାମୀ ଦିନରେ ଯାହା ଦରକାର ହେବ, ଆମେ ସବୁ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

ଡାକ୍ତରୀ ଦଳ ବଳିଆକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବାପାଇଁ ପ୍ରୟାସ ଜାରି ରଖିଛନ୍ତି। ଜଗା-ବଳିଆଙ୍କ ବାପା ମା’ ଦୁଇ ଶିଶୁ ଖୁବ୍ ଶୀଘ୍ର ଆରୋଗ୍ୟଲାଭ କରିବେ ବୋଲି ଆଶାବାଦୀ ଅଛନ୍ତି।
/sambad/media/post_attachments/wp-content/uploads/2017/11/3_1509103001.jpg)
ଅନ୍ୟପକ୍ଷରେ ଦ୍ୱିତୀୟ ପର୍ଯ୍ୟାୟ ଅପରେସନରେ ଜଗାର ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ତେବେ କେତେଦୂର ଦୃଷ୍ଟିଶକ୍ତି ହ୍ରାସ ହୋଇଛି ତାହା ଆକଳନ ହୋଇନି। ଅପରେସନ ସମୟରେ ଭିଜନ୍ ନର୍ଭରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି ହୋଇଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଅନୁମାନ କରାଯାଉଛି। ଏ ନେଇ ଡାକ୍ତରୀଦଳ ଶୁକ୍ରବାର ଜଗାର ବିଭିନ୍ନ ପ୍ରକାର ‘ଆଏ ଏକ୍ସରସାଇଜ୍’ କରିଛନ୍ତି।
ଜଗାର ଦୃଷ୍ଟିଶକ୍ତିରେ ଆସିଥିବା ହ୍ରାସକୁ ଦୂର କରିବା ଲାଗି ଭିଟାମିନ ଏ ସପ୍ଲିମେଣ୍ଟ୍ ଯୁକ୍ତ ଖାଦ୍ୟ ଦେବାପାଇଁ ଡାକ୍ତରୀଦଳ ପରାମର୍ଶ ଦେଇଛନ୍ତି। ଜଗାର ଫିଜିଓଥେରାପି ମଧ୍ୟ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/0-5.jpg)