୪ ଦିନ ହେଲା ଭେଣ୍ଟିଲେଟର୍‌ରେ ବଳିଆ, ଏମ୍‌ସ ପରାମର୍ଶରେ ହେଲା ରକ୍ତ ପରୀକ୍ଷା

କଟକ : ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଜଗା-ବଳିଆଙ୍କ ଭିତରୁ ବଳିଆର ସ୍ବାସ୍ଥ୍ୟାବସ୍ଥା ଆଜି ବି ସଙ୍କଟାପନ୍ନ ରହିଛି। ଗତ ୪ଦିନ ହେଲା ଭେଣ୍ଟିଲେଟରରେ ରଖାଯାଇଥିବା ବଳିଆର ସ୍ବାସ୍ଥ୍ୟାବସ୍ଥା ନେଇ ଆଜି ଏସ୍‌ସିବି ପକ୍ଷରୁ ଏମ୍‌ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି। ଏମ୍‌ସ ପରାମର୍ଶରେ ବଳିଆର ରକ୍ତ ପରୀକ୍ଷା କରାଯାଇଥିଲେ ବି ଆଣ୍ଟିବାୟୋଟିକ୍‌ ଅପରିବର୍ତ୍ତିତ ରହିଛି। ସୂଚନା ଅନୁସାରେ, ଗୁରୁବାର ବଳିଆର ଶ୍ବାସକ୍ରିୟାରେ ଅସୁବିଧା ହେବା ସହ ଛାତିରେ ସଂକ୍ରମଣ ଆରମ୍ଭ ହୋଇଥିଲା। ଫଳରେ ତୁରନ୍ତ ଏସ୍‌ସିବି ବିଶେଷଜ୍ଞ କମିଟି ଏମ୍‌ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ବଳିଆକୁ ସେବେଠାରୁ ଭେଣ୍ଟିଲେଟରରେ ରଖାଯାଇଛି। ଉଭୟ ଏସ୍‌ସିବି ଓ ଏମ୍‌ସ କର୍ତ୍ତୃପକ୍ଷଙ୍କ ମିଳିତ ନି‌ଷ୍ପତ୍ତି ଅନୁସାରେ ବଳିଆର ଚିକିତ୍ସା ଚାଲିଛି।

ସମ୍ବନ୍ଧିତ ଖବର