ସୁବର୍ଣ୍ଣ ସମ୍ପର୍କ ବାଲିଆପାଳର ପ୍ରଥମ ବାର୍ଷିକ ଉତ୍ସବ : ନିଜ ମାଟି ଦର୍ପଣରେ ପ୍ରତିଚ୍ଛବି ଦେଖୁଥିବା ପ୍ରତିଭାଙ୍କ ବିଲୟ ନାହିଁ: ଅପୂର୍ବ ବୀର

ସଫଳ ବ୍ୟକ୍ତିମାନେ ଏକତ୍ରିତ ହେବାର ସମୟ ଆସିଛି: ସୌମ୍ୟରଞ୍ଜନ

ବାଲିଆପାଳ : ମାଟିର ଦର୍ପଣରେ ପ୍ରତିଚ୍ଛବି ଦେଖୁଥିବା ପ୍ରତିଭାମାନଙ୍କ ବିଲୟ ନାହିଁ। ନିଜ ଅଞ୍ଚଳର କଳା, ସ˚ସ୍କୃତି ପ୍ରବଣତାର ମାନସିକତା ଭିତରେ ବୁଡ଼ିରହି ମଣିଷ ନିଜର ପରିଚୟ ଖୋଜେ। ଜୀବନ ସହ ଯୁଝିବାର କଳା ଶିକ୍ଷାଏ ଆମ ସ˚ସ୍କୃତି ଓ ପରମ୍ପରା। ସେହି ପରମ୍ପରାର ପ୍ରତିଫଳନ ପାଇଁ ଏଠାରେ ଏକତ୍ରିତ ହୋଇଥିବା ପ୍ରତିଟି ପ୍ରାଣରେ ‘ସୁବର୍ଣ୍ଣ ସ˚ପର୍କ’ ଶିହରଣ ଖେଳାଇ ଦେଇଛି। କେବଳ ସେତିକି ନୁହେଁ, ଏହି ଉତ୍ସବ ଏହି ମାଟିର ଗୌରବଜ୍ବଳ ପରିଚୟକୁ ମନେ ପକାଇ ଦେବା ସହ କୋଳାହଳମୟ ଜୀବନ ଭିତରେ ଏଭଳି ଏକ ଉତ୍ସବ ସଭିଙ୍କ ମନରେ ନୂତନ ଉତ୍ସାହ ଓ ଉଦ୍ଦୀପନା ଭରିଦେଇଛି। ମାଟି ମା’ର ଡାକରାରେ ବାଲିଆପାଳ ଅଞ୍ଚଳର ବିଶିଷ୍ଟ ପ୍ରତିଭାମାନଙ୍କୁୁ ନେଇ ଗଠିତ ହୋଇଥିବା ସୁବର୍ଣ୍ଣ ସ˚ପର୍କର ପ୍ରଥମ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରି ଏ ଭଳି ମତ ରଖିଛନ୍ତି ବାଲିଆପାଳର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ଅପୂର୍ବ ବୀର।

ଉଦ୍‌ଘଟେନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜ୍ୟସଭା ସା˚ସଦ ତଥା ‘ସମ୍ବାଦ’ର ସ˚ପାଦକ ସୌମ୍ୟରଞନ ପଟ୍ଟନାୟକ କହିଲେ, ସମାଜରେ ଭଲଲୋକମାନେ ସହଜରେ ଏକାଠି ହୋଇ ପାରନ୍ତି ନାହିଁ। ମାତ୍ର ଏବେ ସଫଳ ବ୍ୟକ୍ତିମାନେ ଏକାଠି ହେବାର ସମୟ ଆସିଛି। କାରଣ ଗୋଟିଏ ଅଞ୍ଚଳର ସବୁ ସଫଳ ବ୍ୟକ୍ତି ଏକତ୍ରିତ ହେଲେ ଅନେକ ଗଠନମୂଳକ କାର୍ଯ୍ୟ ସମ୍ଭବ ହୋଇପାରିବ।

ଅନ୍ୟତମ ବରେଣ୍ୟ ଅତିଥି ଭାବରେ ବାଲେଶ୍ବର ସା˚ସଦ ଇ˚. ରବୀନ୍ଦ୍ର ଜେନା ଯୋଗଦେଇ ତାଙ୍କ ବକ୍ତବ୍ୟରେ ବାଲିଆପାଳରେ ୪୨୦୦ କୋଟି ଟଙ୍କାରେ ସୁବର୍ଣ୍ଣରେଖା ବନ୍ଦର, ପେଜଗାଳା ସେତୁ, ଜାମଶୂଳି ମାନଧାତା ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ଏବ˚ ପାଞ୍ଚବର୍ଷ ମଧ୍ୟରେ ବାଲିଆପାଳରେ ଦ୍ରୁତ ଅର୍ଥନୈତିକ ବିକାଶ ହେବା ସ˚ପର୍କରେ ସୂଚନା ପ୍ରଦାନ କରିଥିଲେ।

ସୁବର୍ଣ୍ଣ ସ˚ପର୍କର ସ˚ଯୋଜକ ସଞ୍ଜୟ ପାତ୍ରଙ୍କର ସ˚ଯୋଜନାରେ ଆୟୋଜିତ ଏହି ସଭାରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଏ ଅଞ୍ଚଳର ସୁଯୋଗ୍ୟ ସନ୍ତାନ ଆପୋଲୋ ହସ୍‌ପିଟାଲର ବରିଷ୍ଠ ହୃଦ୍‌ରୋଗ ବିଶେଷଜ୍ଞ ଡ. ବ୍ରଜରାଜ ଦାସ, କୃଷି ବୈଜ୍ଞାନିକ ଡ. ଅଦ୍ବୈତ୍ୟ ପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ ତଥା ସମାଜସେବୀ କୁମାର ଚକ୍ରବର୍ତ୍ତୀ, ଇ˚. ଦେବରାଜ ଦାସ, ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଦୟାସିନ୍ଧୁ ପରିଡ଼ା, ଶିଳ୍ପେଦ୍ୟାଗୀ ତପନ କୁମାର ଜେନା, ଲୋକସଭା ପାଠାଗାର ନିର୍ଦ୍ଦେଶକ ରୂପନାରାୟଣ ଦାସ, ରାଜ୍ୟ ଯୋଜନା ବୋର୍ଡ ଉପଦେଷ୍ଟା ରବିନାରାୟଣ ଦାସ, ଡା. ବନବିହାରୀ ଦାସ ମହାପାତ୍ର, ଇ˚. ଅଚ୍ୟୁତାନନ୍ଦ ଦାସ, ବାଲିଆପାଳ ବରିଷ୍ଠ ନାଗରିକ ପରିଷଦ ସଭାପତି ନାରାୟଣ ପ୍ରସାଦ ସାହୁ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ରାଜ୍ୟ ଓ ରାଜ୍ୟ ବାହାରେ ପ୍ରତିଷ୍ଠିତ ହୋଇପାରିଥିବା ଅଞ୍ଚଳର ପ୍ରତିଭାମାନଙ୍କୁ ଏକତ୍ରିତ କରାଇ ବନ୍ଧୁତ୍ବର ଡୋରିରେ ବାନ୍ଧି ପାରିଥିବା ବ୍ୟକ୍ତିମାନଙ୍କର ଏଭଳି କାର୍ଯ୍ୟରେ ଭୂୟସୀ ପ୍ରଶଂସା କରିଥିଲେ।

ସୁବର୍ଣ୍ଣ ସ˚ପର୍କର ସ˚ପାଦକ ପ୍ରଫେସର ମୃତ୍ୟୁଞ୍ଜୟ ପଣ୍ତା ସ˚ପାଦକୀୟ ବିବରଣୀ ପାଠ କରିଥିଲା ବେଳେ ସ˚ଯୋଜକ ସଞ୍ଜୟ କୁମାର ପାତ୍ର ସ୍ବାଗତ ଅଭିଭାଷଣ, ଆବାହକ ଇ˚. ବିଜୟ ସେଠୀ ଧନ୍ୟବାଦ ଅର୍ପଣ କରିଥିଲୋ ସହ ସ˚ପାଦକ ଇ˚ ଗୋପାଳକୃଷ୍ଣ ବେହେରା ମଞ୍ଚ ପରିଚାଳନା କରିଥିଲେ।

ଏହି ଅବସରରେ ପଦ୍ମଶ୍ରୀ ଅପୂର୍ବ ବୀର, ସା˚ସଦ ଇ˚. ରବୀନ୍ଦ୍ର କୁମାର ଜେନା, ରାଜ୍ୟସଭା ସା˚ସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବଲିଉଡ କଳାକାର ରତିକାନ୍ତ କାମିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର