ଗୃହରେ ଉଠିଲା ବାଲିଆପାଳ ଓ ଷ୍ଟୋନ୍‌ମ୍ୟାନ୍‌ ପ୍ରସଙ୍ଗ

ଭୁବନେଶ୍ୱର : ବାଲିଆପାଳ ଆଇଆଇସିକୁ ମାଡ଼ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି। ‘ସମ୍ୱାଦ’ରେ ପ୍ରକାଶ ପାଇଥିବା ରିପୋର୍ଟ ଦେଖାଇ ବିରୋଧୀ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। କହିଥିଲେ, ଗଣତନ୍ତ୍ର ଉପରୁ ଆସ୍ଥା ତୁଟିଗଲେ ଲୋକେ ଆଇନକୁ ହାତକୁ ନିଅନ୍ତି। ଆଇଆଇସିକୁ ମାଡ଼ ଘଟଣା ସେହିଭଳି। ମହିଳାମାନେ ତାଙ୍କୁ ନିର୍ଘାତ ପିଟିଛନ୍ତି। ସରକାର ମାଓବାଦୀ କମିଗଲେଣି ବୋଲି େଯଉଁ ଦିନ କହିଲେ, ତା ପରଠାରୁ ମାଓବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି। ସେହିଭଳି ଷ୍ଟୋନମ୍ୟାନ୍‍ ଆକ୍ରମଣ ପ୍ରସଙ୍ଗ ମଧ୍ୟ ଶ୍ରୀ ମିଶ୍ର ଗୃହ ସାମ୍ନାକୁ ଆଣିଥିଲେ। କହିଥିଲେ, ଏହି ଘଟଣା ବା ପଥର ମଣିଷ ଲୋକଙ୍କର ନିଦ ହଜାଇ ଦେଲେଣି। ପୂର୍ବରୁ ବ୍ରହ୍ମପୁର ଓ କଟକରେ ଏମିତି ଘଟିଥିଲା । ଗୁହାରି କଲେ କେହି ଶୁଣିବାକୁ ନାହାନ୍ତି । ଏଣୁ ଏପରି ହେଉଛି ।

ସମ୍ବନ୍ଧିତ ଖବର