ଶିକ୍ଷୟତ୍ରୀଙ୍କୁ ଅସଦାଚରଣ କରିବା ଘଟଣା: ରିପୋର୍ଟ ମଗାଯାଇଛି, ସଂନ୍ଧ୍ୟା ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ

ବାଲିଆପାଳ : ବାଲିଆପାଳର ଜାଠିଆସ୍ଥିତ କୃଷ୍ଣଭାନୁ ହାଇସ୍କୁଲରେ ଥିବା ସ୍କୁଲର ଶିକ୍ଷୟତ୍ରୀ ସେହି ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ଆଣିଥିଲେ । ଗଣମାଧ୍ୟମ ଆଗରେ ମାସ ମାସ ଧରି ତାଙ୍କ ସହ ହେଉଥିବା ଶାରୀରିକ ନିର୍ଯାତନା ବିରୋଧରେ ସେ ମୁହଁ ଖୋଲିଥିବା ବେଳେ ଏବେ ଏହି ମାମଲାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିଜର ପ୍ରତିକ୍ରିୟା ଦେଇଛନ୍ତି । ପୂରା ମାମଲା ବିଷୟରେ ଜାଣିବା ପରେ ସେ ଏ ନେଇ ବାଲେଶ୍ୱର ଡିଇଓଙ୍କୁ ରିପୋର୍ଟ ମାଗିଥିବା କହିଛନ୍ତି । ଏହା ସହ ରିପୋର୍ଟ ମିଳିବାର ତୁରନ୍ତ ପରେ ବୁଧବାର ସଂନ୍ଧ୍ୟା ସୁଦ୍ଧା ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Image result for education minister samir dash
Odisha Sun Times

ଶିକ୍ଷୟିତ୍ରୀ କରିଥିବା ଅଭିଯୋଗ ଅନୁସାରେ,  ସ୍କୁଲର ପ୍ରଧାନଶିକ୍ଷକ ୮-୯ ମାସ ହେଲା ଖରାପ ବ୍ୟବହାର କରିଆସୁଥିଲେ । ବାରମ୍ବାର ଫୋନ କରିବା ଓ ତାଙ୍କ କଥା ମାନିଯିବା ପାଇଁ ଧମକ ଦେଉଥିଲେ । ସ୍କୁଲ ଭିତରେ ଏକୁଟିଆ ପାଇଲେ ଅଶ୍ଳୀଳ ଭାବେ ସ୍ପର୍ଶ କରିବାକୁ ବି ପଛାଉ ନଥିଲେ । ଶିକ୍ଷୟିତ୍ରୀ ଜଣକ ଏ ନେଇ ବାରମ୍ବାର ପ୍ରତିବାଦ କରୁଥିଲେ ମଧ୍ୟ ପ୍ରଧାନଶିକ୍ଷକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ଉପରେ କୌଣସି ଫରକ ପଡ଼ୁ ନ ଥିବା ଜଣାଇଥିଲେ ଶିକ୍ଷୟିତ୍ରୀ ।

ଏ ନେଇ ସେ ବ୍ଲକ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ବ୍ଲକ ଶିକ୍ଷାଧିକାରୀ କହିଥିଲେ, ଆପୋଷ ବୁଝାମଣା କରିନିଅ । ସବୁଆଡ଼ୁ ନିରାଶ ହେବା ପରେ ସେ ଶେଷର ଗଣମାଧ୍ୟମରେ ମୁହଁ ଖୋଲିବା ପାଇଁ ବାଧ୍ୟ ହୋଇଥିଲେ । ତାଙ୍କ ସମସ୍ୟାର ସମାଧାନ ନ ହେଲେ ସେ ଆତ୍ମହତ୍ୟା କରିବାର ଧମକ ଦେଇଥିବା ବେଳେ ଏବେ ଗଣଶିକ୍ଷା ମନ୍ତ୍ରୀ ସଂନ୍ଧ୍ୟା ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସମ୍ବନ୍ଧିତ ଖବର