କନ୍ଧମାଳରେ ଏନକାଉଣ୍ଟର: ୪ମାଓବାଦୀ ନିହତ, ଜଣେ ଏସଓଜି ଯବାନ ଆହତ

ତୁମୁଡିବନ୍ଧ: କନ୍ଧମାଳ-କଳାହାଣ୍ଡି ସୀମାନ୍ତରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଧୁସେରି ଜଙ୍ଗଲରେ ଓଡିଶା ପୁଲିସର ଏସଓଜି ଏବଂ ଡିଭିଏଫ ଯବାନ-ସିପିଆଇ ମାଓବାଦୀ ମୁହାଁମୁହିଁ ହେବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ବେଲଘର ପୁଲିସ ଷ୍ଟେସନ ଅଧୀନରେ ଥିବ‌େ ଭଣ୍ଡରଙ୍ଗୀ ପଞ୍ଚାୟତ ଅଂଚଳରେ ଏହି ଏନକାଉଣ୍ଟର ଘଟିଥିବା ଜଣା ପଡ଼ିଛି। କିଛି ସମୟ ଏନକାଉଣ୍ଟର ଚାଲିବା ପରେ ଏବେ ୪ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ସହ ଜଣେ ଯବାନ ଆହତ ହୋଇଥିବା ନେଇ ସୂଚନା ମିଳିଛି। ଏହା ସହ ଏବେ ବି ସିର୍କି ଏବଂ ଗୁମ ଜଙ୍ଗଲରେ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ଜଣାପଡ଼ିଛି।

ସୂତ୍ରରୁ ପ୍ରକାଶ ଯେ, ୪ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ଜଙ୍ଗଲରେ କମ୍ବିଂ ଅପରେସନ ଚାଲୁ ରହିଛି। ମିଳିଥିବା ସୂଚନା ମୁତାବକ, ସେପ୍ଟେମ୍ବର ୯ରେ କାଲାହାଣ୍ଡି-କନ୍ଧମାଳ ସୀମାରେ ଏକ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅପରେସନରେ ଏସଓଜି ଏବଂ ଡିଭିଏଫର ଦୁଇଟି ମିଳିତ ଦଳ ଅଂଶଗ୍ରହଣ କରିଥିଲେ। ଆଜି ଦିନ ପ୍ରାୟ ୧୧ଟା ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା | ଯାହା ପ୍ରାୟ ୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ୩୦ମିନିଟ ପରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ହେବା ସହ ଜ‌ଣେ ଏସଓଜି ଯବାନ ଆହତ ହୋଇଥିବା ଜଣା ପଡ଼ିଛି। କମ୍ବିଂ ଏବଂ ସର୍ଚ୍ଚ ଅପରେସନ୍ ପାଇଁ ଏସଓଜି, ଡିଭିଏଫ ଏବଂ ସିଆରପିଏଫର ଅଧିକ ଦଳ ଗୁଳି ବିନିମୟ ହୋଇଥିବା ଅଞ୍ଚଳକୁ ପଠାଯାଇଥିବା ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି।

For representational purpose

ଏହାପୂର୍ବରୁ ଜୁଲାଇ ୫ରେ ଜିଲ୍ଲାର ତୁମୁଡ଼ିବନ୍ଧ ପୁଲିସ ସୀମା ଅନ୍ତର୍ଗତ ସିର୍ଲା ରିଜର୍ଭ ଜଙ୍ଗଲ ଅଞ୍ଚଳରେ ଦୁଇଜଣ ମହିଳାଙ୍କ ସମେତ ପାଞ୍ଚଜଣ ମାଓବାଦୀଙ୍କୁ ଗୁଳି କରି ନିହତ କରାଯାଇଥିଲା ଏବଂ ଜୁଲାଇ ୨୩ରେ ସମାନ ଜଙ୍ଗଲରେ ଆଉ ଦୁଇଟି ମାଓବାଦୀ ନିହତ ହୋଇଥିଲେ। ଅଗଷ୍ଟ ୧୭ରେ, ମାଓବାଦୀମାନେ ଜିଲ୍ଲାର ବାଲିଗୁଡାର କଞ୍ଜଲ ଘାଟରେ ଏକ ରାସ୍ତା ନିର୍ମାଣରେ ନିୟୋଜିତ ଏକ ଟ୍ରକ୍ ଏବଂ ଟ୍ରାକ୍ଟର ସମେତ ଚାରିଟି ଯାନକୁ ଜାଳି ଦେଇଥିଲେ।

ସମ୍ବନ୍ଧିତ ଖବର